ଶାସଙ୍ଗରେ ବିଶ୍ୱଶାନ୍ତି ମହାଯଜ୍ଞର ପୁର୍ଣ୍ଣାହୁତୀ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶାସଙ୍ଗ ଠାରେ ତିନିଦିନ ଧରି ଚାଲିଥିବା ବିଶ୍ୱଶାନ୍ତି ମହାଯଜ୍ଞର ଆଜି ପୁର୍ଣ୍ଣାହୁତୀ ପ୍ରଦାନ କରାଯାଇଛି । ଶନିବାର ଦିନ ଏହି ଯଜ୍ଞ ପାଇଁ ଘଟ୍ଟୋତ୍ତଳନ କରାଯାଇ କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବାପରେ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା । ପଣ୍ଡିତ ପଦ୍ମନାଭ ପଣ୍ଡା, ଶଶିକାନ୍ତ ମିଶ୍ର, ବାଇଧର ପାଢ଼ୀ, କୃପାସିନ୍ଧୁ ପାଢ଼ୀଙ୍କ ଦ୍ୱାରା ବୈଦିକ ରିତୀନୀତି ମତେ ପୂଜାର୍ଚ୍ଚନା କରାଯାଇଥିଲା । ତିନିଦିନ ଧରି ଗୀତାଯଜ୍ଞ ଅନୁଷ୍ଠିତ ହେବାସହ ଆଜି ଶିଖରେଶ୍ୱର ମନ୍ଦିରରେ ରୁଦ୍ରାଭିଷେକ କରାଯିବାପରେ ଆଜି ଅପରାହ୍ନରେ ପୁର୍ଣ୍ଣାହୁତୀ ପ୍ରଦାନ କରାଯାଇଥିଲା । ଏଥିରେ ପୁର୍ବତନ ବିଧାୟକ ମାୟାଧର ଜେନା, ପୁର୍ବତନ ପିସିସି ସଭାପତି ଜୟଦେବ ଜେନା, ଘସିପୁରାର ବରିଷ୍ଠ ବିଜେଡି ନେତା ଦେବାଶିଷ ପାତ୍ର, ହାଟଡିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ଜିଲ୍ଲାପରିଷଦ ସଦସ୍ୟା କୌଶଲ୍ୟା ସେଠୀ, ପୁର୍ବତନ ପୌରାଧ୍ୟକ୍ଷ ଶାନ୍ତନୁ ସେଠୀ, ଯୁବ ସମାଜସେବୀ ତଥା ଯୁବନେତା ବିଶ୍ୱନାଥ ପ୍ରତାପ ଜେନା, ମହିଳା ବିଜେଡି ଉପସଭାନେତ୍ରୀ ସୁରେଶ୍ୱରୀ ସାଗରୀକା ଜେନା, ବରିଷ୍ଠ ବିଜେଡି ନେତା ନାରାୟଣ ଜେନା, ବିମଳ କିଶୋର ଜେନା, ମାର୍କଣ୍ଡ ଚରଣ ଓଝା, ପ୍ରାଣବଲ୍ଲବ ପାଢ଼ୀ, ସନାତନ ଓଝା, ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ ରାଉତଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ । ଏହି ଯଜ୍ଞକର୍ମରେ ଗାଁର ଆବାଳବୃଦ୍ଧ ବନିତା ସାମିଲ ହୋଇଥିବାବେଳେ ଆଖପାଖ ଗ୍ରାମର ଅନେକ ଶ୍ରଦ୍ଧାଳୁ ଅଂଶଗ୍ରହଣ କରି ଘୃତାହୁତୀ ପ୍ରଦାନ କରିଥିଲେ । ପରିଚାଳନା କମିଟି ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା । ତପୋଧନ ସ୍ୱାଇଁ, କୁମୁଦୁନୀ ସାମଲ କର୍ତ୍ତା ଭାବେ ପୂଜାକାର୍ଯ୍ୟରେ ସାମିଲ ହୋଇଥିବା ବେଳେ ଦୁର୍ଯ୍ୟୋଧନ ବିଶ୍ୱାଳ, ବୀରଭଦ୍ର ବିଶ୍ୱାଳ, ପର୍ଶୁରାମ ନାୟକ, କାଠି ପ୍ରଧାନ, ନିତ୍ୟାନନ୍ଦ ପାଢ଼ୀ, ଖଗେଶ୍ୱର ବାରିକ, ସୁବୋଧ ଆୟଚ, ନରହରି କୁଅଁର, ମଧୁସୁଦନ ସୁବୁଦ୍ଧି, ଟିକୁ ଆୟଚ, ଦର୍ପଦଳନ ଆଚାର୍ଯ୍ୟ, ଜଗନ୍ନାଥ ବିଶ୍ୱାଳ ସହକର୍ତ୍ତା ଭାବେ ପୂଜାକାର୍ଯ୍ୟ ସମ୍ପାଦାନ କରିଥିଲେ । ସଂସ୍କୃତିକ କାର୍ଯ୍ୟକ୍ରମ ସ୍ୱରୁପ ଭଜନ ସମାରୋହ, ନାମସଂଙ୍କିର୍ତ୍ତନ ଆଦି ଅନୁଷ୍ଠିତ ହୋଇଥିଲା । ସମସ୍ତ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ଅଂଶ ଗ୍ରହଣ କରିଥିଲେ ।