ନାଗଭଣରେ ୨୪ ତମ ବାର୍ଷିକ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ରାଇରଙ୍ଗପୁର ସନ୍ନିକଟ ନାଗଭଣ ଠାରେ ପ୍ରଗତି ଯୁବକ ସଙ୍ଘ ଆନୁକୂଲ୍ୟରେ ୨୪ ତମ ବାର୍ଷିକ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା ଖୁବ ଧୁମ ଧାମରେ ଅନୁଷ୍ଠିତ ହୋଇଯାଇଛି ଶିଶୁ ବାଳକ ବାଳିକା ଠାରୁ ଆରମ୍ଭ କରି ବାଳକ, ବାଳିକା, ପୁରୁଷ, ମହିଳା, ବୃଦ୍ଧ ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ବିଭିନ୍ନ ଖେଳ ଯଥା ଲମ୍ବଡ଼ିଆଁ, ବେଲୁନ ଫଟା, ଦୌଡ଼ ପ୍ରତିଯୋଗିତା, ବୁଦ୍ଧିପରୀକ୍ଷା, ମ୍ୟୁଜିକ ଆଣ୍ଡ ଚେୟାର, ଆଦି ଖେଳର ଆୟୋଜନ କରାଯାଇଥିଲା ପୁରସ୍କାର ବିତରଣୀ ସଭାରେ ରାଇରଙ୍ଗପୁର ପୌରପରିଷଦର ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକ ଯୋଗଦେଇ କ୍ରୀଡ଼ାବିତ ମାନଙ୍କୁ ଉତ୍ସାହିତ କରିଥିଲେ, ଅନ୍ୟତମ ଅତିଥି ଭାବେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ସଚ୍ଚିଦାନନ୍ଦ ମହାନ୍ତ ଯୋଗଦେଇ ଆଗାମୀ ବର୍ଷ ରୌପ୍ୟ ଜୟନ୍ତୀ ପାଳନ ଉପରେ ଆଲୋକପାତ କରିଥିଲେl ଯୁବ ସମାଜସେବୀ ତିଗିର ସିଂ ଯୋଗଦେଇ କ୍ରୀଡା ପଡିଆର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ l କମିଟୀ ସଦସ୍ୟ ଆଲୋକ ମହାନ୍ତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ଅଦାନୀ କିସ ଶିକ୍ଷା ଅନୁଷ୍ଠାନର ଅଧକ୍ଷ ଅଧ୍ୟାପକ ଗଣେଶ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଯୁବକ ସଂଘର ସଦସ୍ୟ ମାନଙ୍କ ଉଦ୍ୟମକୁ ଭୂୟସୀ ପ୍ରସଂଶା କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ କମିଟିର ସଦସ୍ୟ ପଙ୍କଜ ସିଂହ, କାର୍ତିକ ପ୍ରଧାନ, ଅମିତ ସିଂହ, ସୁଧନ୍ୟ ମିଶ୍ର, କଳିଙ୍ଗ ଟିଭି ରିପୋର୍ଟର ସେକ ସଦ୍ଦାମ,ତାପସ ମହାନ୍ତ, ସେକ ଆମଜାଦ, ସେକ ସଫି, ରାଜୁ ସିଂହ, ମିଣ୍ଟୁ କୂଅଁର, ସପନ ସାହୁ ପ୍ରମୁଖ ସହଯୋଗ କରିଥିଲେ ଝୁମର ମେଲୋଡି କଳାକାରଙ୍କ ଚିତାକର୍ଷକ ନୃତ୍ୟର ତାଳେ ତାଳେ ଦର୍ଶକ ଝୁମି ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ