ଶାନ୍ତିଲତା ବିଶ୍ୱାଳଙ୍କ ସ୍ମୃତିସଭା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ପଞ୍ଚାୟତର କାଙ୍କଦିଆ ଗ୍ରାମର କ୍ଷେତ୍ରବାସୀ ବିଶ୍ୱାଳଙ୍କ ପତ୍ନୀ ଶାନ୍ତିଲତା ବିଶ୍ୱାଳଙ୍କ ଦ୍ୱାଦଶାହ ଅବସରରେ ତାଙ୍କ ବାସଭବନ ପରିସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ନାଗମଣି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ ସରପଞ୍ଚ ସରୋଜିନୀ ନାୟକ, ସମିତିସଭ୍ୟ ସରୋଜରଞ୍ଜନ ଜେନା, ରାମହରି ମହାପାତ୍ର, ସସ୍ମିତା ବିଶ୍ୱାଳ, ଶ୍ରୀକାନ୍ତ ସାହୁ, ଇତିଶ୍ରୀ ପରିଡା, ରତ୍ନାକର ନାୟକ, ମଧୁସୁଦନ ନାୟକ, ସାଧୁଚରଣ ନାୟକ, ଦିବାକର ଦାସ, ଆଲୋକ ନାୟକ, ମନୋଜ ନାୟକ, ସମାଜସେବୀ ନିରଞ୍ଜନ ପରିଡା, ବସନ୍ତ କୁମାର ଓଝା ପ୍ରମୁଖ ଯୋଗଦେଇ ସ୍ୱର୍ଗତା ବିଶ୍ୱାଳଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।