କୌଶଲ୍‌ଙ୍କ ସହ କାମ କରିବା ଲାଗି ରାଜିହେଲେ ଦୀପିକା

ଏକଦା ପଦ୍ମାବତ୍ ସିନେମାରେ ଅଭିନେତା ଭିକି କୌଶଲଙ୍କ କାମ କରିବା ଲାଗି ମନା କରିଥିଲେ ବଲିଉଡର ଲୋକପ୍ରିୟ ନାୟିକା ଦୀପିକା ପାଦୁକୋନ୍। ଏବେ କିନ୍ତୁ ଅଭିନେତା ଭିକି କୌଶଲଙ୍କ ସହ କାମ କରିବାକୁ ରାଜି ହୋଇଥିବା ଜଣାଯାଇଛି। କୁହାଯାଉଛି ଯେ ଏଦୁହେଁ ପ୍ରଥମ ଥରଲାଗି କରଣ ଜୋହରଙ୍କ ଏକ ସିନେମାରେ କାମ କରିବେ। ଏଥିଲାଗି ଦୀପିକା ପାଦୁକୋନ୍ ସବୁଜ ସଙ୍କେତ ଦେଇଛନ୍ତି। ଏହି ସିନେମାର ଶୀର୍ଷକ ଏଯାବତ୍ ସ୍ଥିର କରାଯାଇ ନାହିଁ। ତେବେ ଏହାର କଥାବସ୍ତୁ ସ୍ବାମୀ-ସ୍ତ୍ରୀ ସଂପର୍କ ଉପରେ ଆଧାରିତ ବୋଲି ଜଣାଯାଇଛି। ଏହି ସିନେମାରେ ଆଉଜଣେ ନାୟିକାଙ୍କୁ ମଧ୍ୟ ନିଆଯିବ ବୋଲି ଜଣାଯାଇଛି। ତେବେ କାହାକୁ ନିଆଯିବ ସେଥିନେଇ କିଛି ସୂଚନା ନାହିଁ।

ସୂଚନାଯୋଗ୍ୟ, ପୂର୍ବରୁ ଏକ ସିନେମାରେ ଦୀପିକା ପାଦୁକୋନ୍ ଭିକି କୌଶଲଙ୍କ ସହ କାମ କରିବାକୁ ରାଜି ହୋଇନଥିଲେ। ପ୍ରଖ୍ୟାତ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ ତାଙ୍କର ସୁପରହିଟ ସିନେମା ‘ପଦ୍ମାବତ୍’ରେ ଶାହିଦ କପୁର କରିଥିବା ଭୂମିକାଟିକୁ ଭିକି କୌଶଲଙ୍କୁ ଦେବାଲାଗି ସ୍ଥିର କରିଥିଲେ, ହେଲେ ଦୀପିକା ଏକଥା ଜାଣିବାପରେ ଭିକି କୌଶଲଙ୍କ କାମ କରିବାକୁ ମନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ