ଭୀଷ୍ମଗିରି ଶ୍ରୀ ରାମଜୀ ମଠ ମହନ୍ତ ଙ୍କ ଶ୍ରାଦ୍ଧବାର୍ଷିକୀ ମହୋତ୍ସବ ଅନୁଷ୍ଠିତ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶାର ସର୍ବପୁରାତନ ଶ୍ରୀରାମ ମନ୍ଦିର ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ମଠର ସପ୍ତମ ମଠାଧୀଶ ଦିବଙ୍ଗତ ମହନ୍ତ  କେଶବ ରାମାନୁଜ ଦାସ ଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ମହୋତ୍ସବ ରବିବାର ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ମଠ ପରିସରରେ ଥିବା ଦିବଙ୍ଗତ ମହନ୍ତ ମହାରାଜ ଙ୍କ ସମାଧି ପୀଠରେ ପୂଜାର୍ଚ୍ଚନା ହୋମ କର୍ମ, ଭଜନ କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଜିଲ୍ଲାର ବିଭିନ୍ନ ମଠ ମନ୍ଦିର ରୁ ୩୫ ରୁ ଉର୍ଦ୍ଧ୍ୱ  ମହନ୍ତ ମହାରାଜ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଗଞ୍ଜାମ ଗଜପତି ଜିଲା ର ବିଭିନ୍ନ ସ୍ଥାନରୁ ୫ ଶହ ରୁ ଉର୍ଦ୍ଧ୍ୱ  ଶିଷ୍ୟ ବର୍ଗ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଦିବଙ୍ଗତ ଗୁରୁଦେବ ଙ୍କ ସ୍ମୃତି ଚାରଣ କରିଥିଲେ। ଦିବଙ୍ଗତ ମହନ୍ତ ଶ୍ରୀ କେଶବ ରାମାନୁଜ ଦାସ, ଭୀଷ୍ମଗିରି ଠାରେ ଶ୍ରୀରାମଜୀ ମହାବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ ଆଦି ପ୍ରତିଷ୍ଠା କରିବା ସହିତ ଗଞ୍ଜାମ ଜିଲା ର ବିଭିନ୍ନ ଧର୍ମ ନୈତିକ କାର୍ଯ୍ୟ ର ପୃଷ୍ଠପୋଷକ ଥିଲେ। ମହନ୍ତ ଙ୍କ ଏହି ଶ୍ରାଦ୍ଧ ମହୋତ୍ସବ ରେ ଯୋଗ ଦେଇ ସାଧୁସନ୍ଥ ଏବଂ ଶିଷ୍ୟ ବର୍ଗ ପୂଜ୍ୟ ଗୁରୁ ଦିବଙ୍ଗତ ମହନ୍ତ ମହାରାଜ ଶ୍ରୀ କେଶବ ରାମାନୁଜ ଦାସ ଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ରାମଜୀ ମଠ ମହନ୍ତ ମହାରାଜ ଶ୍ରୀ ପଦ୍ମଲୋଚନ ରାମାନୁଜ ଦାସ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ