ଆଜାଦ କ୍ଲବ ପକ୍ଷରୁ ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଆଜାଦ କ୍ଲବ ଆନୁକୂଲ୍ୟରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ “ଅବୁ ୱାହିଦ ମେମୋରିଆଲ ଜାତୀୟ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ”ର ତୃତୀୟ ଦିନର ଚତୁର୍ଥ କ୍ୱାଟର ଫାଇନାଲ ମ୍ୟାଚ ଅନୁ୍୍ଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କ୍ଲବର ସଭାପତି ହିବଜୁର ରହେମାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମାଜସେବୀ କେନ୍ଦ୍ରାପଡା ପବ୍ଲିକ ସ୍କୁଲର ପ୍ରତିଷ୍ଠାତା ଅଧ୍ୟାପକ ଅଜୟ କୁମାର ରାଉତ ଓ ସମ୍ମାନୀତ ଅତିଥି ଭାବେ ପୈାରପରିଷଦର ଉପାଧ୍ୟକ୍ଷା ଆକବରୀ ଖାତୁନ ଯୋଗଦେଇ ପଡିଆ ମଧ୍ୟକୁ ଯାଇ ଦୁଇଟି ଦଳର ଖେଳାଳୀମାନଙ୍କ ସହ ହାତ ମିଳାଇ ସେମାନଙ୍କୁ ଉତ୍ସାହିତ କରିଥିଲେ । କ୍ଲବର ଉପସଭାପତି ମହମ୍ମଦ ନିଆଜ, ସହସମ୍ପାଦକ ମୀର ବକାଉଲ୍ଲା, ସୟଦ ଅବଦୁଲ ସତ୍ତାର, ଉପଦେଷ୍ଟା ସୟଦ ଅକମଲ ଅଲ୍ଲୀ, ସମ୍ପାଦକ ସେଖ ଲିଆକତ ଅଲ୍ଲୀ ପ୍ରମୁଖ ମଞ୍ଚାସୀନ ଥିଲେ । ଆଜିର ଚତୁର୍ଥ କ୍ୱାଟର ଫାଇନାଲ ମ୍ୟାଚରେ ଭୁବନେଶ୍ୱର ଗଣ୍ଡରପୁରର ୟୁନାଇଟେଡ କ୍ଲବ ଟ୍ରାଇବ୍ରେକ ମାଧ୍ୟମରେ ୬-୪ ଗୋଲରେ କଟକର ବିଡାନାସୀକୁ ହରାଇ ବିଜୟୀ ହୋଇଥିଲା । ପ୍ରଥମ ସେମିଫାଇନାଲ ମ୍ୟାଚ ଭୁବନେଶ୍ୱର କଳିଙ୍ଗ ଏଫସି ଓ ଝାଡଖଣ୍ଡର ଧାନବାଦ ଏଫସି ମଧ୍ୟରେ ଅନୁଷ୍ଠିତ ହେଉଥିବା ବେଳେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ କେନ୍ଦ୍ରାପଡାର ଚାନ୍ଦ କ୍ଲବ ଓ ଭୁବନେଶ୍ୱର ଗଣ୍ଡରପୁରର ୟୁନାଇଟେଡ କ୍ଲବ ମଧ୍ୟରେ ଅନୁଷ୍ଠିତ ହେବ । ମ୍ୟାଚ ପରିଚାଳନାରେ ଜାହିଦ ଖାଁ, ଅୟାଜ ଖାନ, ଅବଦୁଲ ମଜିଦ, ଆଝାରୁଦ୍ଦିନ ଖାନ, ସମସୁର ରହେମାନ, ତାଜଉଦ୍ଦିନ ଖାନ, ନୁର ଖାନ, ନଫିସ ଅହେମ୍ମଦ, ରାକେଶ ମହାପାତ୍ର, ପ୍ରଦୀପ ବେହେରା, ରବିନ୍ଦ୍ର ବେହେରା, ସେକ ସାହାବୁଲ୍ଲା, ସେକ ସଫାତୁଲ୍ଲା, ସେକ ସିରାନ ଅଲ୍ଲୀ, ଅକିଲ ଅହେମ୍ମଦ, ଅନିସୁର ରହେମାନ, ଟିକା ଖାନ, ସେକ ଅକ୍ତର, ମୀର ଅମୀର, ସେକ ନୋଲି, ଅମୀର ମହମ୍ମଦ, ପରଭେଜ ଅକ୍ତର, ମୀର କୁବେର, ଜୁମା ଖାନ ପ୍ରମୁଖ ସହଯୋଗ କରିଥିଲେ । ଆଜିର ଏହି ଫୁଟବଲ ମ୍ୟାଚକୁ ରେଫରୀ ଭାବରେ ସେକ ମୋକିମ, ମହମ୍ମଦ ସକଲିମ, ଯୋଗି ପଲାଲା ଓ ଶିବ ନାୟକ ପ୍ରମୁଖ ପରିଚାଳନା କରିଥିଲେ ।


