ଆଜାଦ କ୍ଲବ ପକ୍ଷରୁ ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଆଜାଦ କ୍ଲବ ଆନୁକୂଲ୍ୟରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ “ଅବୁ ୱାହିଦ ମେମୋରିଆଲ ଜାତୀୟ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ”ର ଚତୁର୍ଥ ଦିନରେ କଟକ ଓ କେନ୍ଦ୍ରାପଡା ଜିଲ୍ଲା ବାଳିକା ଫୁଟବଲ ଟିମ ମଧ୍ୟରେ ଏକ ଫ୍ରେଣ୍ଡଲି ମ୍ୟାଚ ଅନୁ୍୍ଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କ୍ଲବର ସଭାପତି ହିବଜୁର ରହେମାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ରତିକାନ୍ତ କାନୁନଗୋ ଯୋଗଦେଇ ପଡିଆ ମଧ୍ୟକୁ ଯାଇ ଉଭୟ ଦଳର ଖେଳାଳୀମାନଙ୍କ ସହ ହାତ ମିଳାଇ ସେମାନଙ୍କୁ ଉତ୍ସାହିତ କରିଥିଲେ । ରାତିରେ ଝାଡଖଣ୍ଡର ଧାନବାଦ ଏଫସି ଓ କେନ୍ଦ୍ରାପଡାର ଚାନ୍ଦ କ୍ଲବ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେଉଛି । କ୍ଲବର ଉପସଭାପତି ମହମ୍ମଦ ନିଆଜ, ସହସମ୍ପାଦକ ମୀର ବକାଉଲ୍ଲା, ସୟଦ ଅବଦୁଲ ସତ୍ତାର, ଉପଦେଷ୍ଟା ସୟଦ ଅକମଲ ଅଲ୍ଲୀ, ସମ୍ପାଦକ ସେଖ ଲିଆକତ ଅଲ୍ଲୀ ପ୍ରମୁଖ ମଞ୍ଚାସୀନ ଥିଲେ । ମ୍ୟାଚ ପରିଚାଳନାରେ ଜାହିଦ ଖାଁ, ଅୟାଜ ଖାନ, ଅବଦୁଲ ମଜିଦ, ଆଝାରୁଦ୍ଦିନ ଖାନ, ସମସୁର ରହେମାନ, ତାଜଉଦ୍ଦିନ ଖାନ, ନୁର ଖାନ, ନଫିସ ଅହେମ୍ମଦ, ରାକେଶ ମହାପାତ୍ର, ପ୍ରଦୀପ ବେହେରା, ରବିନ୍ଦ୍ର ବେହେରା, ସେକ ସାହାବୁଲ୍ଲା, ସେକ ସଫାତୁଲ୍ଲା, ସେକ ସିରାନ ଅଲ୍ଲୀ, ଅକିଲ ଅହେମ୍ମଦ, ଅନିସୁର ରହେମାନ, ଟିକା ଖାନ, ସେକ ଅକ୍ତର, ମୀର ଅମୀର, ସେକ ନୋଲି, ଅମୀର ମହମ୍ମଦ, ପରଭେଜ ଅକ୍ତର, ମୀର କୁବେର, ଜୁମା ଖାନ ପ୍ରମୁଖ ସହଯୋଗ କରିଥିଲେ । ଆଜିର ଏହି ଫୁଟବଲ ମ୍ୟାଚକୁ ରେଫରୀ ଭାବରେ ସେକ ମୋକିମ, ମହମ୍ମଦ ସକଲିମ, ଯୋଗି ପଲାଲା ଓ ଶିବ ନାୟକ ପ୍ରମୁଖ ପରିଚାଳନା କରିଥିଲେ ।