ଉପକୂଳ ଜିଲା ଡ୍ରେନେଜ ବ୍ୟବସ୍ଥାର ଉନ୍ନତି ପାଇଁ ୨୨୦୦ କୋଟି ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର, (ସରୋଜ ପଣ୍ଡା):ଓଡ଼ିଶାର ଉପକୂଳବର୍ତ୍ତି ୯ଟି ଜିଲାର ୧୭ଟି ଅବବାହିକା ଓ ୩ଟି ଅଣ ଅବବାହିକା ଅଞ୍ଚଳର ଚାଷ ଜମି ଜଳବନ୍ଦୀ ମୁକ୍ତ କରିବା ଏବଂ ଜଳ ନିଷ୍କାସନ ପ୍ରକ୍ରିୟା ତ୍ୱରାନ୍ୱିତ ମୁଖ୍ୟମନ୍ତ୍ରୀ ୨୨୦୦ କୋଟି ଟଙ୍କା ମଞ୍ଜୁର କରିଥିବାରୁ ବାଲେଶ୍ୱର ଜିଲା ବିଜେଡି ପକ୍ଷରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଜିଲା ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପ-ସଭାପତି ବରଦାପ୍ରସନ୍ନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ନୀଳଗିରି ବିଜେଡି ନେତା ସନ୍ତୋଷ ଖଟୁଆ, ଜିଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ଉପସଭାପତି ଅନସୂୟା ପ୍ରଧାନ, ବାଲେଶ୍ୱର ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ (ବିବିସିସିବି)ର ସଭାପତି ଗଣେଶ ପ୍ରସାଦ ମହାପାତ୍ର, ପୌରାଧ୍ୟକ୍ଷା ସବିତା ସାହୁ, ସଦର ବ୍ଲକ ଅଧ୍ୟକ୍ଷା ସୁନିତା ବେହେରା, ଜଳେଶ୍ୱର ବ୍ଲକ ଅଧ୍ୟକ୍ଷ ମାନସ ଜେନା, ବିଜେଡି ନେତା ଗୌରୀକୁମାର ରାଉତ, ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ, ଆଇନଜୀବୀ ସୂର୍ଯ୍ୟକାନ୍ତ କର, ଭୂବନାନନ୍ଦ ଦାସ, ପୂର୍ବତନ ପୌରାଧ୍ୟକ୍ଷ ଆଲୋକ କୁମାର ସାହୁ ପ୍ରମୁଖ ଯୋଗଦେଇ ଜଳ ନିଷ୍କାସନ ଓ କୃଷି କ୍ଷେତ୍ରରେ ଜଳସେଚନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନିଷ୍ପତ୍ତି ଚାଷୀକୂଳ ପାଇଁ ବେଶ ଉପାଦେୟ ହେବ ବୋଲି ମତ ପ୍ରକାଶ କରିଥିଲେ । ବିଜେଡି କର୍ମକର୍ତ୍ତାଙ୍କ ସୂଚନା ଅନୁସାରେ ଜଳ ନିଷ୍କାସନ ସମସ୍ୟାର ସମାଧାନ ପାଇଁ ୨୦୧୪ରୁ ୧୫, ୨୦୧୮ରୁ ୧୯, ୫ ବର୍ଷ ପାଇଁ ‘ଡ୍ରେନେଜ ଉନ୍ନତି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଥିଲା । ଯୋଜନାରେ ୫୦୦ କୋଟି ଯଙ୍କା ୫ ବର୍ଷ ଭିତରେ ଖର୍ଚ୍ଚ କରାଯାଇ ୨୦୧୯ରୁ ୨୦ ଓ ୨୦୨୨ରୁ ୨୩ ପର୍ଯ୍ୟନ୍ତ କରାଯିବା ପାଇଁ ଅନୁମୋଦନ କରାଯାଇଥିବା ବେଳେ ଆବଶ୍ୟକତା ଦୃଷ୍ଟିରୁ ଅଧିକ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ପ୍ରକଳ୍ପର ମୂଲ୍ୟ ବୃଦ୍ଧି କରାଯାଇଛି । ୫୦୦ କୋଟି ପରିବର୍ତ୍ତେ ୮୦୦ କୋଟି ଟଙ୍କା ବ୍ୟୟ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଏହା ଦ୍ୱାରା ୪୨୮୨ କିଲୋମିଟର ଦୈର୍ଘ୍ୟର ଡ୍ରେନେଜ ଚ୍ୟାନେଲର ଖନନ, ଉନ୍ନତି ତଥା ନବୀକରଣ କର।।ଇ ୮୩୭୯୬ ହେକ୍ଟର ଚାଷଜମିକୁ ଜଳବନ୍ଦୀ ମୁକ୍ତ କରାଯିବ । ଆସନ୍ତା ୨୦୨୩-୨୪ରୁ ୨୦୨୭-୨୮ ପର୍ଯ୍ୟନ୍ତ ୫ ବର୍ଷ ପାଇଁ ‘ଡ୍ରେନେଜ ଉନ୍ନତି କାର୍ଯ୍ୟକ୍ରମରେ’ ଆଉ ୧୪୦୦ କୋଟି ଟଙ୍କା ବ୍ୟୟ କରାଯିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଏହା ଦ୍ୱାରା ୬୯୬୯ କିଲୋମିଟର ଦୈର୍ଘ୍ୟର ଡ୍ରେନେଜ ଚ୍ୟାନେଲର ଖନନ ଉନ୍ନତି ତଥା ନବୀକରଣ କରାଯାଇ ୧୦୫୮୬୮ ହେକ୍ଟର ଚାଷଜମିକୁ ଜଳମୁକ୍ତ କରାଯିବ । ଏହି ଯୋଜନା ଦ୍ୱାରା ସମୁଦ୍ରକୁ ନିଷ୍କାସିତ ହେଉଥିବ ଡ୍ରେନେଜ ଚ୍ୟାନେଲ ଭିତରେ ଲୁଣାପାଣିର ପ୍ରବେଶକୁ ନିୟନ୍ତ୍ରଣ କରାଯିବା ଓ ପ୍ରଭାବିତ ହେଉଥିବା ଅଞ୍ଚଳରୁ ଅଧିକ ପ୍ରବାହିତ ଜଳସ୍ରୋତକୁ ନିଷ୍କାସନ କରିବା ସହ କିଛି ସହରାଞ୍ଚଳରୁ ପ୍ରାକୃତିକ ଜଳ ନିଷ୍କାସନ ଚ୍ୟାନେଲ ମାଧ୍ୟମରେ ଜଳ ସୁରୁଖୁରୁରେ ନିଷ୍କାସନ ହେବା ସାଙ୍ଗକୁ ଆବଶ୍ୟକ ସମୟରେ କିଛି ଚାଷ ଜମିରେ ଜଳସେଚନ ପାଇଁ ମଧ୍ୟ ଏହି ଅର୍ଥ ଉପଲବ୍‍ଧ ହେବ ବୋଲି ବିଜେଡି କର୍ମକର୍ତ୍ତାମାନେ ଆଶା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ