ଫୁଲୱାମା ସହିଦଙ୍କ ସ୍ମୃତିରେ ହେଲପିଙ୍ଗ ସୋସାଇଟିର ରକ୍ତଦାନ ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା):୨୦୧୯ ମସିହା ଫେବୃୟାରୀ ୧୪ ତାରିଖରେ ଫୁଲୱାମାଠାରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ସହିଦ ସିଆରଏଫ ଯବାନଙ୍କ ସ୍ମୃତିରେ ହେଲପିଙ୍ଗ ସୋସାଇଟି ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସଭାପତି ହ୍ରିତିକ ନାୟକଙ୍କ ନେତୃତ୍ୱରେ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଟ୍ରାଫିକ ଥାନା ଅଧିକାରୀ ପ୍ରେମପ୍ରଜ୍ଞା ମହାନ୍ତି ଏହିି ଶିବିରକୁ ଉଦଘାଟନ ସହ ସଂଗଠନର ମହତ ଚିନ୍ତା ଓ କାର୍ଯ୍ୟଧାରାକୁ ଭୂୟସୀ ପ୍ରଶଂସା କରିଥିଲେ । ସଂଗଠନର ଉପଦେଷ୍ଟା ବିକ୍ରମ ପଣ୍ଡା, କାଉନସିଲର ରଞ୍ଜିତା ମହାପାତ୍ର, ନିଶିଥ ବାରିକ, ଦୀପାରାଣୀ ବାରିକ୍‌, ସୋନାଲି ସାହା, ଉପ-ସଭାପତି ସେଖ ନାଜିମ, ଜୀବନ ସଂଗ୍ରାମ ମିଶ୍ର, ସାଧାରଣ ସମ୍ପାଦକ ଅରୂପ ସାହୁ, ରଜତ ଘଡ଼େଇ, ସମ୍ପାଦକ ପଙ୍କଜ ଘୋଷ, ସୁମିତ ରଞ୍ଜନ କର, ଦିବ୍ୟ ରଞ୍ଜନ ଦାସ, ରୁଦ୍ର ନାରାୟଣ ପିରି ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହିତ ସହିଦ ଯବାନଙ୍କୁ ମନେ ପକାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ୱସ୍ତିକ ସାମନ୍ତ, ଆଶିଷ ଆସ, ଅବନୀ ଶଙ୍କର ଦାସ,ଦେବ କୃପାମହାନ୍ତି,ତନୁଶ୍ରୀ ତନୟା ମହାନ୍ତି, ରନିତ ପଣ୍ଡା , ଖୀତିଷ ଦାସ , ସୁବାସିଷ ମହାପାତ୍ର, ଜୟସ୍ମିତା କର, ମିଡ଼ିଆ ସଂଯୋଜକ ସୁଧାଂଶୁ ଶେଖର ବାରିକ୍ ପ୍ରମୁଖ ଏହି ଶିବିରକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ