କର୍ତ୍ତବ୍ୟରେ ଅବହେଳା ପାଇଁ ଚାକିରୀରୁ ନିଲମ୍ବିତ
ଛତ୍ରପରୁ (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ବରଡାବାଲି ଗ୍ରାମ ପଞ୍ଚାୟତର ପଞ୍ଚାୟତ ଏକଜିକ୍ୟୁଟିଭ ଅଧିକାରୀ ସଂଧ୍ୟାରାଣୀ ବେହେରାଙ୍କୁ କର୍ତ୍ତବ୍ୟରେ ଅବହେଳା, ଉପରିସ୍ଥ ଅଧିକାରୀଙ୍କ ଆଦେଶ ଅବମାନନା ଓ ଉପରିସ୍ଥ ଅଧିକାରୀଙ୍କୁ ଅସଦାଚରଣ ନିମନ୍ତେ ଗଂଜାମ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ନିଲମ୍ବନ ପରେ ତାଙ୍କୁ ଭଂଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନ୍ୟାଦେଶ ପର୍ଯ୍ୟନ୍ତ ଉପସ୍ଥିତ ରହିବାକୁ ଆଦେଶ ପ୍ରଦାନ କରିଛନ୍ତି । ଓଡିଶା ସେବା ପ୍ରାଧିକରଣ ଅଧିନୀୟମ ୧୯୬୨ଧାରା ୯୦ ଅନୁଯାୟୀ ତାଙ୍କୁ ନିଲମ୍ବନ ସମୟର ଭତ୍ତା ପ୍ରଦାନ କରାଯିବ ।