ଗୋପ ଠାରେ ପ୍ରାକୃତିକ ଗ୍ୟାସ ଓ ତୈଳ ପାଇଁ ବୋରିଙ୍ଗ କାର୍ଯ୍ୟର ଶୁଭାରମ୍ଭ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ କୁଶୁପୁରୁ ମୈାଜା ର କୁଶୁପୁରୁ ଠାରେ ଅଏଲ୍ ଇଣ୍ତିଆ କମ୍ପାନୀ ପକ୍ଷରୁ ରିଗ୍ ମେସିନ୍ ଦ୍ବାରା ବୋରିଙ୍ଗ କାର୍ଯ୍ୟ ର ଶୁଭାରମ୍ଭ ହୋଇଛି ।ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ନଡ଼ିଆ ବାଡେଇ ବୋରିଙ୍ଗ କାର୍ଯ୍ୟ ର ଶୁଭାରମ୍ଭ କରିଛନ୍ତି । ୨୨୫୦ ମିଟର ବୋରିଙ୍ଗ ପ୍ରକ୍ରିୟା ଆରମ୍ଭ ହୋଇଛି ।ଏହି ପ୍ରକ୍ରିୟା ତିନି ମାସ ଧରି ଚାଲିବ। ଏହା ପରେ ବୋରିଙ୍ଗ ରୁ ବାହାରିଥିବା ପାଣିମାଟି,କାଦୁଅ,ବାଲି କୁ ପରୀକ୍ଷା ନିରୀକ୍ଷା କରାଯିବ। ଦରକାର ପଡିଲେ ସେ ସବୁ କୁ ତୈଳ ବିଶୋଧନାଗାର କୁ ପଠାଯିବ। ସେଠାରୁ ରିପୋର୍ଟ ମିଳିବାପରେ କିପରି ଭାବେ ତୈଳ ଓ ଗ୍ୟାସ ଉତ୍ତୋଳନ କାର୍ଯ୍ୟ କରାଯାଇ ବିଶୋଧନାଗାର କୁ ପଠାଯିବ ସ୍ଥିର କରାଯିବ ବୋଲି କହିଛନ୍ତି ଅଏଲ ଇଣ୍ଡିଆ ର ନିର୍ଦ୍ଦେଶକ ବି. ଏନ୍. ସାହୁ। ୨୦୨୦ ମସିହାରୁ ଅଏଲ ଏଣ୍ଡିଆ କମ୍ପାନୀ ପକ୍ଷରୁ ପୁରୀ ଜିଲ୍ଲାର ଉପକୂଳରେ ସେସମିକ ସର୍ଭେ କରାଯାଇଥିଲା । ଗୋପ ବ୍ଲକର ବିଭିନ୍ନ ପଞ୍ଚାୟତର ଗାଁ , ଚାଷ ଜମିଗୁଡ଼ିକରେ ବୋରିଂ କରାଯାଇ କାର୍ଯ୍ୟ ହୋଇଥିଲା । ପରେ ସାଟଲାଇଟ ସର୍ଭେ ସହିତ ପରୀକ୍ଷା କରିବାରୁ ପର୍ଯ୍ୟାପ୍ତ ପରିମାଣର ପ୍ରାକୃତିକ ଗ୍ୟାସ ସହିତ ପେଟ୍ରୋଲ , ଡିଜେଲ ଏହି ଦୁଇଟି ସ୍ଥାନରେ ଥିବା ଜଣାପଡିଥିଲା । ଅତ୍ୟାଧୁନିକ ଯନ୍ତ୍ରାଂଶ ଓ ମେଶିନ ଦ୍ଵାରା ଏହି କାର୍ଯ୍ୟ ଆରମ୍ଭ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ