ବିଜେପି ନେତା ଓ କର୍ମୀ ଙ୍କୁ ବିଜୟୀ ର ଗୁରୁମନ୍ତ୍ର ଦେଲେ କେନ୍ଦ୍ରମନ୍ତ୍ରୀ

ନିମାପଡା, (ସନ୍ତୋଷ ଦାଶ):ଓଡିଶା ଗ୍ରସ୍ତରେ ଆସିଥିବା କେନ୍ଦ୍ର ରେଳ ଓ ହସ୍ତତନ୍ତ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଷ ଆଜି ପୁରୀ ଜିଲ୍ଲା ର କାକଟପୁର ଓ ନିମାପଡ଼ା ନିର୍ବାଚନ ମଣ୍ଡଳୀ ଗ୍ରସ୍ତ କରିଥିଲେ। କାକଟପୁର ର ପ୍ରସିଦ୍ଧ ମା ମଙ୍ଗଳା ଙ୍କୁ ଦର୍ଶନ କରିବା ପରେ ଏକ ଘରୋଇ ମଣ୍ଡପ ରେ କାକଟପୁର ଅଞ୍ଚଳ ର ହସ୍ତଶିଳ୍ପୀ ମାନଙ୍କ ସହିତ ହସ୍ତଶିଳ୍ପ ସମ୍ପର୍କ ରେ ସୁବିଧା, ଅସୁବିଧା ସମ୍ପର୍କ ରେ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।ଭୁବନେଶ୍ୱର ରୁ କାକଟପୁର ଆସିବା ବାଟରେ ନିମାପଡା ଠାରେ ଏକ ଦୋକାନ ରେ ମନ୍ତ୍ରୀ ଶ୍ରୀମତୀ ଜାରଧୋସ ନିମାପଡା ର ପ୍ରସିଦ୍ଧ ଛେନା ଝିଲି ଖାଇ ଏହା ଅତ୍ୟନ୍ତ ସ୍ଵାଦଯୁକ୍ତ ବୋଲି କହିଥିଲେ। ମା ମଙ୍ଗଳା ଙ୍କୁ ଦର୍ଶନ ପରେ ମଙ୍ଗଳା ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାସ ଦାଶ ମନ୍ତ୍ରୀ ଙ୍କୁ ମା ମଙ୍ଗଳା ଙ୍କର ଏକ ତୈଳଚିତ୍ର ଉପହାର ପ୍ରଦାନ କରିଥିଲେ। ଏହାପରେ ମନ୍ତ୍ରୀ ଚାରିଛକ ରେ ପହଞ୍ଚି ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ସ୍ଥାନୀୟ ଏକ କଲ୍ୟାଣ ମଣ୍ଡପ ଠାରେ ବିଜେପି ଦଳ ପକ୍ଷରୁ ଆୟୋଜିତ ତ୍ରିଦେବ ସମ୍ମିଳନୀ ସମାବେଶରେ ଯୋଗ ଦେଇଥିଲେ । ଏହି ସମାବେଶ ରେ ପୁରୀ ଜିଲ୍ଲାର କାକଟପୁର,ନିମାପଡା, ଓ କଟକ ଜିଲ୍ଲା ର ନିଆଳି ନିର୍ବାଚନ ମଣ୍ଡଳୀ ର ଦଳୀୟ କର୍ମୀ ଓ ନେତା ମାନଙ୍କୁ ମନ୍ତ୍ରୀ ଗୁରୁମନ୍ତ୍ର ପ୍ରଦାନ କରି
ଆସନ୍ତା ସାଧାରଣ ନିର୍ବାଚନ ରେ ଦଳୀୟ ବିଧାୟକ ପ୍ରାଥୀ ଓ ସାଂସଦ ପ୍ରାଥୀ କିପରି ବିଜୟୀ ହୋଇ ପାରିବେ ସେ ଦିଗରେ ଏବେ ଠାରୁ କାର୍ଯ୍ୟକରିବାକୁ ଆହ୍ଵାନ ଦେଇଥିଲେ। ଏହି ସମାବେଶ ରେ ତିନି ନିର୍ବାଚନ ମଣ୍ଡଳୀ ର ବିଜେପି ପ୍ରଭାରୀ, ନେତା, କର୍ମୀ,ନିର୍ବାଚିତ ଲୋକ ପ୍ରତିନିଧି ମାନେ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ