ପାନୀୟ ଜଳ ଯୋଗାଣ ଉପରେ ସମୀକ୍ଷା ବୈଠକ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ସଭା ଗୃହରେ ଗୋପ- ନିମାପଡ଼ା ନିର୍ବାଚନୀ ମଣ୍ଡଳୀ ର ଗ୍ରାମ୍ୟ ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।ଏହି ସମୀକ୍ଷା ବୈଠକ ରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ,ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ ,ସାଂସଦ ପ୍ରତିନିଧି ବିଜୟ ପଟ୍ଟନାୟକ ,ଜିଲ୍ଲା ପରିଷଦ ସଭ୍ୟ ରବୀନ୍ଦ୍ର ମଲ୍ଲିକ ,ବିଡ଼ିଓ ବସନ୍ତ କୁମାର ମଲ୍ଲିକ ଓ ସହକାରୀ ଯନ୍ତ୍ରୀ ସୁନିଲ କୁମାର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ଏବେ ଠାରୁ ଟାଇଁ ଟାଇଁ ଖରା ଆରମ୍ଭ ହୋଇଗଲାଣି। ଗ୍ରୀଷ୍ମ ଦିନରେ କୌଣସି ଗ୍ରାମର ଲୋକେ ପିଇବା ପାଣି ଲାଗି ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିଲାଗି ପଦକ୍ଷେପ ନେବାକୁ ମନ୍ତ୍ରୀ ଶ୍ରୀ ଦାଶ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ରାଜ୍ୟ ସରକାର ଙ୍କ ପକ୍ଷରୁ ପ୍ରତି ପଞ୍ଚାୟତରେ ବସୁଧା ଯୋଜନା ରେ ଓଭର ହେଡ ଟାଙ୍କି ନିର୍ମାଣ ପ୍ରାୟ ସମ୍ପୂର୍ଣ୍ଣ ହୋଇଗଲାଣି । ଖୁବ୍ ଶୀଘ୍ର ଅସମ୍ପୂର୍ଣ୍ଣ ଥିବା ଟାଙ୍କି ଗୁଡ଼ିକ ର କାର୍ଯ୍ୟ ଶେଷ କରିବାକୁ ଓ ପ୍ରତି ପଞ୍ଚାୟତ ରେ ଥିବା ପାନୀୟ ଜଳ ଯୋଗାଣ ସମସ୍ୟା କୁ ଯୁଦ୍ଧକାଳୀନ ଭିତ୍ତିରେ ଦୂର କରିବାକୁ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।


