ଦଳିତ ପରିବାର ରେ ଭୋଜନ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜର୍ଦ୍ଦୋଷ

ନିମାପଡ଼ା, (ସନ୍ତୋଷ ଦାଶ):ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ କୁ ଗ୍ରସ୍ତ ରେ ଆସିଥିବା କେନ୍ଦ୍ର ରେଳ ଓ ବୟନ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଦର୍ଶନା ଜର୍ଦୋଷ ନିମାପଡା ନିର୍ବାଚନ ମଣ୍ଡଳୀ କଳାପାଂଚଣ ପଞ୍ଚାୟତ ଷଣ୍ଢପୁର ଗ୍ରାମ ର ମନୋରଞ୍ଜନ ନାୟକ ଙ୍କ ଘରେ ମଧ୍ୟାର୍ଣ୍ଣ ଭୋଜନ କରିଥିଲେ। ନିମାପଡା ,ନିଆଳି ଏବଂ କାକଟପୁର ନିର୍ବାଚନ ମଣ୍ଡଳୀର ବିଜେପି ଦଳ ପକ୍ଷରୁ ଚାରିଛକ ଠାରେ ଆୟୋଜିତ ହୋଇଥିବା ତ୍ରିଦେବ ସଞ୍ଚାଳନ ସମିତିର ବୈଠକ ରେ ଯୋଗଦେଇଥିଲେ ।ଲୋକସଭା ପ୍ରବାସ ଯୋଜନାରେ ଦଳକୁ ତୃଣ ମୂଳ ସ୍ତରରେ ସୁଦୃଢ଼ କରିବା, ପ୍ରଧାନମନ୍ତ୍ରୀଙ୍କ ମନ କୀ ବାତ କୁ ଲଗାତାର ଭାବେ ଶୁଣିବା ଏବଂ ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣକାରୀ ଯୋଜନାକୁ ଘରେ ଘରେ ପହଞ୍ଚାଇବା ସହ ମୋଦିଜୀଙ୍କ ହାତ ମୁଠା ଟାଣ କରିବା ପାଇଁ ସୋସିଆଲ ମିଡିଆ, ଯୁବମୋର୍ଚା, ମହିଳାମୋର୍ଚା ଭଳି ଆଗ ଧାଡ଼ିର ସଙ୍ଗଠନକୁ ସଶକ୍ତ କରିବା ପାଇଁ ଦଳୀୟ ନେତା ଓ କର୍ମୀ ମାନଙ୍କୁ ଆହ୍ୱାନ କରିଥିଲେ। ମନ୍ତ୍ରୀ ଗାଁ ଲୋକଙ୍କ ସହିତ ମିଶିବା ସହ କେନ୍ଦ୍ର ସରକାରଙ୍କ ଯୋଜନା ,ମୋଦିଙ୍କ ଖାଦ୍ୟ ସୁରକ୍ଷା ଯୋଜନା ବିଷୟରେ ସେମାନେ କିପରି ଉପକୃତ ହୋଇ ପାରୁଛନ୍ତି ପଚାରି ବୁଝିଥିଲେ। ମନ୍ତ୍ରୀ ଙ୍କ ସହିତ ବିଜେପି ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା ,ପୂର୍ବତନ ସାଂସଦ ବିଭୁ ତରାଇ ,ନିମାପଡାର ଯୁବନେତା ଦିଲ୍ଲୀପ ନାୟକ ,କାକଟପୁର ର ବିଧାୟକ ପ୍ରାର୍ଥୀ ରବି ମଲିକ , ବିଜେପି ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ,ରାଜ୍ୟ ସହପ୍ରମୁଖ ବିଷ୍ଣୁ ଦାସ , ପୂର୍ବତନ ବିଧାୟକ ବାଇଧର ମଲ୍ଲିକ ,ସୁଶାନ୍ତ ମଲ୍ଲିକ, ରତିକାନ୍ତ ବେହେରା ,ପୂର୍ଣଚନ୍ଦ୍ର ଓଝା ,ପ୍ରବୋଧ ବିଶ୍ୱାଳ ,ପ୍ରଦୀପ୍ତ ନାୟକ, ପବିତ୍ର ଦାସ , ଭଗବାନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ