ତହସିଲଦାରଙ୍କ ଅଚାନକ ଚଢାଉ ୨୦ଟି ଟ୍ରକ ରୁ ଜୋରିମାନା ଆଦାୟ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡା ତହସିଲ ପକ୍ଷରୁ ହଳଦିଡିହ ଛକରେ ବେଆଇନ ବାଲି, ମେଂଟାଲ, ଚିପ୍ସ, ବଜୁରୀ ପ୍ରଭୃତି ବୋଝେଇ ଟ୍ରକ ଉପରେ ଶୁକ୍ରବାର ଚଢାଉ କରାଯାଇ ୧ଲକ୍ଷ ୮୮ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି । ଶୁକ୍ରବାର ସକାଳେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କ ନେତୃତ୍ୱରେ ଜିଲ୍ଲା ଜରୁରୀ ବିଭାଗର ଡେପୁଟୀ କଲେକ୍ଟର ସମ୍ବିତ ଶତପଥୀ, ଅତିରିକ୍ତ ତହସିଲଦାର ନମିତା ବାରିକ ଓ ଅନ୍ୟଷ୍ଟାଫମାନେ ଏହି କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ । କଟକ -ଚାନ୍ଦବାଲି ରାସ୍ତାର ହଳଦିଡିହ ଛକରେ ପ୍ରାୟ ୨୦ଟି ବେଆଇନ ବାଲି, ମେଂଟାଲ, ଚିପ୍ସ, ବଜୁରୀ ବୋଝେଇ ଟ୍ରକରୁ ଏକଲକ୍ଷ ୮୮ହଜାର ଟଙ୍କାର ଜୋରିମାନା ଆଦାୟ କରାଯାଇଥିବା ବେଳେ ଗୁରୁବାର ଗୋଗୁଆଛକ ଓ ହଳଦିଡିହ ଛକରୁ ମୋଟ ୩ଲକ୍ଷ ୨୦ହଜାର ଟଙ୍କା ଜୋରିମାନା ଆଦାୟ ହୋଇଥିଲା ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଉତଙ୍କ ଠାରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ