ପୁରୁଣା ବାଲେଶ୍ୱର ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ବାଲେଶ୍ୱର, (ସରୋଜ ପଣ୍ଡା):ପୁରୁଣା ବାଲେଶ୍ୱର ଯୁବକ ସଂଘ ପକ୍ଷରୁ ନବମ ‘ପୁରୁଣା ବାଲେଶ୍ୱର ପ୍ରିମିୟର ଲିଗ୍’ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଅଚାନକ କ୍ରିକେଟ ପଡ଼ିଆରେ ରବିବାର ଉଦ୍ଘାଟିତ ହୋଇଯାଇଛି । ବିଜେଡି ନେତା ଗଜେନ୍ଦ୍ର ମାଝୀ ଓ ସମାଜସେବୀ ବିଦ୍ୟାଧର ଦଳେଇ ମିଳିତ ଭାବେ ଏହି ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ । ଗ୍ରାମାଞ୍ଚଳ କ୍ରୀଡ଼ା ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବା କ୍ଷେତ୍ରରେ ପୁରୁଣା ବାଲେଶ୍ୱର ପ୍ରିମିୟର ଲିଗ୍ ଆୟୋଜନ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ । ସଂଗଠନର ସଭାପତି ମନ୍ମଥ ସ୍ୱାଇଁ ଓ ସମ୍ପାଦକ ସୁକାନ୍ତ ମାଝୀ ପ୍ରମୁଖ ଏଥିରେ ଉପସ୍ଥିତ ରହି ଉଦ୍ଘାଟନୀ କାର୍ଯ୍ୟକୁ ପରିଚାଳନା କରିଥିଲେ । ୧୫ ଓଭର ବିଶିଷ୍ଟ ଉଦଘାଟନୀ ମ୍ୟାଚ ବାଣେଶ୍ୱର ଏକାଦଶ ଓ ଦାମଦାସ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମାନସ ମାଝୀ, ମନୋରଞ୍ଜନ ମହାପାତ୍ର ଓ ସୁକାନ୍ତ ମାଝୀ ପ୍ରମୁଖ ଅମ୍ପାୟାର ଭାବେ ପ୍ରଥମ ଦିନର ଖେଳ ପରିଚାଳନା କରିଥିଲେ । ଗୟାଧର ବେହେରା ଏଥିରେ ତୃତୀୟ ଆମ୍ପାୟାର ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଏହି ଟୁର୍ଣ୍ଣାମେଂଟରେ ୮ ଗୋଟି ଟିମ୍ ଭାଗ ନେଉଥିବା ବେଳେ ମୋଟ ୬୦ଟି ମ୍ୟାଚ୍ ଅନୁଷ୍ଠିତ ହେବ । ଆସନ୍ତା ଏପ୍ରିଲ ୨୦ ତାରିଖ ଦିନ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ରତିକାନ୍ତ ମାଝୀ, ସତ୍ୟଜିତ ବେହେରା, ଦେବେନ୍ଦ୍ର ପାତ୍ର, ଉଦୟ ମାଝୀ, ଆଷୁତୋଷ ମହାପାତ୍ର, ରବୀନ୍ଦ୍ର ଦାସ, ନିରଞ୍ଜନ ଦାସ, ଲିପୁ ମହାରଣା ପ୍ରମୁଖ ସଂଗଠନର ସଦସ୍ୟମାନେ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରୁଛନ୍ତି ।