ପାରାଦ୍ୱୀପରେ ମେଡିକାଲ କଲେଜ୍ କରିବାକୁ ଲକ୍ଷ୍ୟ

ପାରାଦ୍ୱୀପ,(ଯୁଗାବ୍ଦ ନ୍ୟୁଜ୍‌): ପାରାଦ୍ୱୀପ ବନ୍ଦର କର୍ତ୍ତୁପକ୍ଷ ବିମାନ ବନ୍ଦରରେ ଥିବା ଜାଗାରେ ୪ ଶହ ବିଶିଷ୍ଟ ଅତ୍ୟାଧୁନିକ ସୁପର ସ୍ପେଶାଲିଷ୍ଟ ହସପିଟାଲ୍ କରିବା ସହ ମେଡିକାଲ କଲେଜରେ ରୁପାନ୍ତରିତ କରିବାକୁ ଲକ୍ଷ୍ୟ ରଖିଛି । ୮.୪୫ ଏକର ଜମିରେ ନିର୍ମାଣ ହେବାକୁ ଥିବା ଏହି ମେଡିକାଲ ପାଇଁ ବନ୍ଦର ପ୍ରାୟ ୨୦୦ ଶହ କୋଟି ଟଙ୍କା ବ୍ୟୟ କରିବା ସହ ମେଡିକାଲ କଲେଜରେ ପରିଣତ କରିବ । ଚଳିତ ଡିସେମ୍ବର ମାସ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇପାରେ ବୋଲି ବନ୍ଦର କର୍ତ୍ତୁପକ୍ଷ ତରଫରୁ ସୂଚନା ଦେଇଛନ୍ତି । ଦିନକୁ ଦିନ ରୋଗୀ ମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରୋଗୀ ଙ୍କ ପ୍ରାଥମିକତା କୁ ଦୃଷ୍ଟିରେ ରଖି କର୍ତ୍ତୁପକ୍ଷ ଏହି ପଦକ୍ଷେପ ନେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ