ଭାରତୀୟ ବଧିର କ୍ରୀଡା ପରିଷଦ ଦ୍ୱାରା ଆୟୋଜିତ ୨୫ତମ ଜାତୀୟ ବଧିର କ୍ରୀଡା

ଭୂବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତୀୟ ବଧିର କ୍ରୀଡା ପରିଷଦ, ନୂଆଦିଲ୍ଲୀ ଦ୍ୱାରା ଆୟୋଜିତ ତଥା ଉଭୟ ମଧ୍ୟପ୍ରଦେଶ ରାଜ୍ୟ ବଧିର କ୍ରୀଡା ପରିଷଦ ଓ ମୂକ ବଧିର ସଙ୍ଗଠନ,ଇନ୍ଦୋରର ମିଳିତ ଆନୁକୂଲ୍ୟରେ ୨୫ତମ ଜାତୀୟ ବଧିର କ୍ରୀଡା ସିନିୟର ଓ ୮ମ ଜାତୀୟ ବଧିର ଜୁନିୟର ଓ ସବ୍ ଜୁନିୟର କ୍ରୀଡା ପ୍ରତିଯୋଗୀତା ଇନ୍ଦୋରସ୍ଥିତ ଇମିରୋଲ୍‌ଡ୍ ହାଇଟ୍ ଇନ୍‌ଟରନ୍ୟାସନାଲ୍ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡା ପ୍ରତିଯୋଗୀତାରେ ଓଡିଶା ରାଜ୍ୟ ବଧିର କ୍ରୀଡା ପରିଷଦ, ଓଡିଶାରୁ ୫୨ଜଣ ଉଭୟ ପ୍ରତିନିଧି ଓ ଖେଳାଳୀମାନେ ଯୋଗ ଦେଇଥିଲେ । ଉକ୍ତ କ୍ରୀଡା ପ୍ରତିଯୋଗୀତାରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଥିବା ବିଭିନ୍ନ ଖେଳଳୀ ବା କ୍ରୀଡାବିତ୍‌ମାନେ ହେଲେ ଶୁଭଙ୍କର ନାୟକ(ଉଭୟ ୨୦୦୦ ଓ ୧୦୦ମିଟର ଦୌଡରେ ପ୍ରଥମ, ବୟସ-୧୬), ଜ୍ୟୋତି ପ୍ରକାଶ ଗଣ୍ଡ(୮୦୦ମିଟର ଦୌଡରେ ତୃତୀୟ ଓ ଲମ୍ବଡିଆଁରେ ଦ୍ୱିତୀୟ, ବୟସ-୧୬),ସ୍ନିଗ୍‌ଧାରାଣୀ ପ୍ରଧାନ(ଲମ୍ବଡିଆଁରେ ପ୍ରଥମ, ବୟସ-୧୬),ହିମାଂଶୁ ମୁଣ୍ଡା(ଲମ୍ବଡିଆଁରେ ପ୍ରଥମ, ବୟସ-୧୬), ବିପିନ ବିହାରୀ ସାହୁ (୪୦୦ମିଟର ଦୌଡରେ ଦ୍ୱିତୀୟ, ବୟସ-୧୮),ବିଜୟ କୁମ୍ଭାର(ଉଚ୍ଚଡିଆଁରେ ଦ୍ୱିତୀୟ, ବୟସ-୧୪)ଚଳନ ପାଣ୍ଡେ(୪୦୦ମିଟର ଦୌଡରେ ତୃତୀୟ,ବୟସ-୧୬),ମୋହିତ କୁମାର ପାଶୱାନ୍ (ବନ୍ଧୁକ ସୁଟିଙ୍ଗ୍‌ରେ ତୃତୀୟ, ବୟସ-୧୮) ଏବଂ ଲୋମା ସ୍ୱାଇଁ (ଯୁଡୋରେ ତୃତୀୟ) । ଓଡିଶା ରାଜ୍ୟ କ୍ରୀଡା ଓ ଯୁବକଲ୍ୟାଣ ବିଭାଗ ତଥା ବିଭାଗର ଡେପୁଟୀ ସେକ୍ରେଟାରୀ ଶୈଳେନ୍ଦ୍ର କୁମାର ଜେନା, ଓଏଏସ୍‌, ସୋନାଲୀ ଚାନ୍ଦ ଏବଂ ସନାତନ ବାବୁଙ୍କ ସହଯୋଗ ଦ୍ୱାରା ଓଡିଶା ରାଜ୍ୟ କ୍ରୀଡା ପରିଷଦ ତରଫରୁ ପ୍ରାୟ ୫୨ଜଣିଆ କ୍ରୀଡାଦଳ ଇଣ୍ଡିଗୋ ଫ୍ଲାଇଟ୍ ଯୋଗେ ଯିବାଆସିବା ସମ୍ଭବ ହୋଇ ପାରିଛି । ଏହି ପ୍ରତିଯୋଗୀତାରେ ବିଭିନ୍ନ ପ୍ରକାର ଖେଳର କୋଚ ହେଉଛନ୍ତି ନିରଞ୍ଜନ ଯୋଶୀ, ସୁବିର କୁମାର ନାୟକ, ପ୍ରକାଶ କୁମାର ରାଉତ,ଜଗଦୀଶ ଚୌଧୂରୀ, ଶରତ ଚନ୍ଦ୍ର ମଲ୍ଲିକ ଇତ୍ୟାଦି । ଏହି କ୍ରୀଡା ପ୍ରତିଯୋଗୀତାରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ରାଜେଶ କୁମାର ନାଏକ, ମ୍ୟାନେଜର ପ୍ରଭାତ କୁମାର ମହାପାତ୍ର, ସରୋଜିନୀ ରାଉତ,ମଞ୍ଜୁବତୀ ବିଶ୍ୱାଳ,ମମତା ବେହେରା, ଅର୍ଜ୍ଜୁନ କୁମାର ଦାସ ଏବଂ ସ୍ୱତନ୍ତ୍ର ଶିକ୍ଷକ ତଥା ସାଙ୍କେତିକ ଭାଷା ଅନୁବାଦକ ପ୍ରମୋଦ କୁମାର ମହାପାତ୍ର ଆଦି ଉପସ୍ଥିତ ଥିଲେ । ଏଥିସହ ଏହି ପ୍ରତିଯୋଗୀତାକୁ ବିଶେଷ ସହାୟତା କରିଥିଲେ ଓଡିଶା ରାଜ୍ୟ କ୍ରୀଡା ବଧିର ସଂଘର ପ୍ରତିଷ୍ଠାତା ବିଜୟ କୁମାର ପରିଡା ଓ ସଭାପତି ଅସିତ୍ ମିଶ୍ର ଏବଂ ଓ,ଏ.ଡିର ସଭାପତି ଶିବ ନାରାୟଣ ବହିରଦାର ପ୍ରଭୃତି । ଏହି ପରିପ୍ରେକ୍ଷୀରେ ଓଡିଶାରୁ ପ୍ରତିନିଧିତ୍ୱ କରି କୃତିତ୍ୱ ଅର୍ଜନ କରିଥିବା ଖେଳାଳୀଙ୍କୁ ଉତ୍ସାହିତ କରିବା ପାଇଁ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବକଲ୍ୟାଣ ବିଭାଗକୁ ଓଡିଶା ରାଜ୍ୟ କ୍ରୀଡା ବଧିର ସଂଘ ତରଫରୁ ଧନ୍ୟବାଦ ଦେବାସହ ଜିନ୍ଦଲ୍ କମ୍ପାନୀ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ