କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଉଭିଦ୍ଦ ବିଜ୍ଞାନ ବିଭାଗର ଦ୍ୱିଦିବସୀୟ ଜାତୀୟ ଆଲୋଚନାଚକ୍ର

କେନ୍ଦ୍ରାପଡ଼ା, (ଯୁଗାବ୍ଦ ନ୍ୟୁଜ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଉଭିଦ୍ଦ ବିଜ୍ଞାନ ବିଭାଗର “ଦି କରେଣ୍ଟ ଟ୍ରେଡସ ଇନ ପ୍ଲାଣ୍ଟ ସାଇନ୍ସ” ଶୀର୍ଷକ ଦ୍ୱିଦିବସୀୟ ଜାତୀୟ ଆଲୋଚନାଚକ୍ରଆସନ୍ତା ଶନିବାର ଏବଂ ରବିବାର ଦୁଇଦିନ ଧରି ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ । ପ୍ରଥମ ଦିବସ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ବିଭାଗୀୟ ମୁଖ୍ୟ ପ୍ରଫେସର ରାମଚନ୍ଦ୍ର ମହାନ୍ତି, ମୁଖ୍ୟବକ୍ତା ଭାବେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଯୋଗେଶ ମିଶ୍ର, ସମ୍ମାନୀତ ଅତିଥି ଭାବେ ନୂଆଦିଲ୍ଲୀ ସି.ଏସ.ଟି.ଟି.ର ମୁଖ୍ୟ କେ. ବିଜୟ କୁମାର ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ବିଭାଗୀୟ ମୁଖ୍ୟ କୁଞ୍ଜବିହାରୀ ଶତପଥୀ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିସହିତ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ସମନ୍ୱୟକାରୀ ଡଃ. ପ୍ରଭାକର ମଲ୍ଲିକ, ଆଇ.କ୍ୟୁ.ଏ.ସି. ର ସଂଯୋଜକ ଡଃ. ଦେବେନ୍ଦ୍ର ନାଥ ଗୋଛାୟତ, ବିଭାଗୀୟ ମୁଖ୍ୟ ତଥା ଆବାହକ ଡଃ. ଗୈାତ୍ତମ ଚରଣ ଦାସ, ସହ ସଂଚାଳକ ଅଧ୍ୟାପକ ହିମାଂଶୁ ଶେଖର ମହାପାତ୍ର ପ୍ରମୁଖ ଯୋଗଦେବେ । ଏହି ଆଲୋଚନାଚକ୍ରର ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ବିଭାଗୀୟ ମୁଖ୍ୟ ଶାନ୍ତିଲତା ସାହୁ, ସମ୍ମାନୀତ ଅତିଥି ପ୍ରଫେସର ତ୍ରିଭୂବନ କୁମାର ଏବଂ ପ୍ରଫେସର ମୁକୁଲ କୁମାର ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଉଭିଦ୍ଦ ବିଜ୍ଞାନ ବିଭାଗର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ସହକର୍ମୀମାନଙ୍କ ସହଯୋଗରେ ଏହି ଦ୍ୱିଦିବସୀୟ ଆଲୋଚନାଚକ୍ର ଆୟୋଜିତ ହେବାକୁ ଯାଉଛି ବୋଲି ବିଭାଗୀୟ ମୁଖ୍ୟ ଡଃ. ଗୈାତ୍ତମ ଚରଣ ଦାସ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ