ଡଅଁର ଗାଁ ରାସ୍ତା ଦେଇ ଟ୍ରକ ଚଳାଚଳକୁ ବିରୋଧ କଲେ ଗ୍ରାମବାସୀ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଡଅଁର ରାସ୍ତା ଦେଇ ଏବେ ଶହଶହ ଭାରିଯାନ ଚଳାଚଳ କରୁôତବାରୁ ଏହାକୁ ଗ୍ରାମବାସୀମାନେ ବିରୋଧ କରିଛନ୍ତି । ଏନେଇ ଗ୍ରାମବାସୀମାନେ ତହସିଲଦାର, ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ଜଣାଇ ଦିନବେଳା ଗାଡି ଚଳଚଳ ବନ୍ଦ କରିବାକୁ ନିବେଦନ କରିଛନ୍ତି । ପ୍ରଜ୍ଞାନ ନାୟକ, ରଶ୍ମୀରଞ୍ଜନ ଜେନା,ଶୁଭଙ୍କର ଜେନା, ପ୍ରିତୀରଞ୍ଜନ ଜେନା, ପରମେଶ୍ୱର ସାହୁ, ପ୍ରତିଭା ଜେନା, ସଞ୍ଚରୀତା ସେଠୀ, ଜତିନ୍ଦ୍ର ବେହେରା, ଅଜିତ ପ୍ରଧାନ, ଅମିତ ରଞ୍ଜନ ଦାସ, ସପନ ଜେନା, ସୌମ୍ୟ ରଞ୍ଜନ ସାହୁ, ବିଶ୍ୱଜିତ ବେହେରା, ବସନ୍ତ କୁମାର ରାଉତ, ଖଗେଶ୍ୱର ଜେନା ପ୍ରମୁଖ ଗ୍ରାମବାସୀଙ୍କ ଅଭିଯୋଗ ଯେ ଡଅଁର ଗାଁ ରାସ୍ତାଦେଇ ଏବେ ଅନେକ ଭାରିଯାନରେ ବାଲି ପରିବହନ ହେଉଛି । ସକାଳ ଠାରୁ ଅପରାହ୍ନ ପର୍ଯ୍ୟନ୍ତ ଏହି ରାସ୍ତାଦେଇ ଅନେକ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଙ୍ଗନବାଡି ଛୁଆମାନେ ଯାତାୟତ କରୁଛନ୍ତି । ଏତେ ସଂଖ୍ୟକ ଭାରିଯାନ ଚଳପ୍ରଚଳ ଦ୍ୱାରା ରାସ୍ତାଟି ବିପଦ ଶଙ୍କୁଳ ହୋଇ ପଡୁଛି । ଏପରିକି ଛାତ୍ରଛାତ୍ରୀ ମାନେ ଏହି ରାସ୍ତାଦେଇ ଯାତାୟତ କରିବାକୁ ଭୟ କରୁଛନ୍ତି । ଏହା ଏକ ସଙ୍କିର୍ଣ୍ଣ ରାସ୍ତା ଥିବାବେଳେ ଭାରିଯାନ ଚଳପ୍ରଚଳ ହେବାରୁ ରାସ୍ତା ନଷ୍ଟ ହେବାସହ ଗୋଟିଏ ଗାଡି ଗଲେ ଆଉ ଗୋଟିଏ ବାଇକ ମଧ୍ୟ ପାସ କରି ଯାଇ ପାରୁନାହିଁ । ଗତ କିଛିବର୍ଷ ମଧ୍ୟରେ ଏହି ରାସ୍ତାଦେଇ ବାଲିଚଳାଚଳ ବେଳେ ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଇଛି । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଦିନବେଳା ଗାଡି ଚଳାଚଳ ବନ୍ଦ କରିବାକୁ ପ୍ରଶାସନକୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ