ସୋସୋ-କାନପୁର ଶିଶୁମନ୍ଦିରରେ ଶ୍ରୀଅରୋବିନ୍ଦଙ୍କ ଚିନ୍ତନ ଶିବିର
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସୋସୋ-କାନପୁର ସରସ୍ୱତୀ ଶିଶୁମନ୍ଦରରେ ଶ୍ରୀ ଅରୋବିନ୍ଦଙ୍କର ଚିନ୍ତନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ନକୁଳ ଚନ୍ଦ୍ର ଦାଶ ଯୋଗଦେଇ ଶ୍ରୀମା ଶ୍ରୀ ଅରୋବିନ୍ଦଙ୍କ ଜୀବନଚର୍ଯ୍ୟା ଉପରେ ଆଲୋକପାତ କରି ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ କରାଇଥିଲେ । ଏଥିରେ ସମ୍ପାଦକ ଅଶୋକ କୁମାର ଦାଶ, ପ୍ରଧାନଆଚାର୍ଯ୍ୟ ସସ୍ମିତା ମଲ୍ଲିକ, ପୁଜାରାଣୀ ଜେନା, ଜୟନ୍ତୀ ପାଣିଗ୍ରାହୀ, ଲୋପାମୁଦ୍ରା ନାୟକ, ସଂଘମିତ୍ରା ମଲ୍ଲିକ, ସଂଘମିତ୍ରା ଆଇଚ, ଅଶୋକ ସେଣ, ଚିନ୍ତାମଣି ରଥ, ଘନଶ୍ୟାମ ଦାଶ, ମନୋରଞ୍ଜନ ବିଶ୍ୱାଳ, ଦେବରାଜ ସ୍ୱାଇଁ, ପ୍ରଭାକର ମଣ୍ଡଳ, ଅପା ନବାତ ଦେହୁରୀ ପ୍ରମୁଖ ଶ୍ରୀମା ଶ୍ରୀ ଅରୋବିନ୍ଦଙ୍କ ଉପରେ ନିଜ ନିଜର ବକ୍ତବ୍ୟ ରଖି ଛାତ୍ରଛାତ୍ରୀଙ୍କୁ ଦିଗଦର୍ଶନ ଦେଇଥିଲେ ।


