କେନ୍ଦ୍ରାପଡା ଜିଲ୍ଲା ବିଜେଡି ଲିଗାଲ ଫ୍ରଣ୍ଟପକ୍ଷରୁ ନୂତନ ଜିଲ୍ଲା ସଭାପତିଙ୍କୁ ସ୍ୱାଗତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ବିଜେଡି ଲିଗାଲ ଫ୍ରଣ୍ଟ ପକ୍ଷରୁ ଲିଗାଲ ଫ୍ରଣ୍ଟର ନବ ନିଯୁକ୍ତ ଜିଲ୍ଲା ସଭାପତି ଭୀମ଼େସେନ ଭୂୟାଁଙ୍କୁ ସ୍ୱାଗତ କରାଯିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ଅତନୁ ସାବ୍ୟସଚୀ ନାୟକ, କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ଓ ରାଜ୍ୟ ବିଜେଡି ଲିଗାଲ ଫ୍ରଣ୍ଟର ସଭାପତି ମିଲନ କାନୁନଗୋଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ବିଜେଡି ଲିଗାର ଫ୍ରଣ୍ଟର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ କୁମାର ଜେନା, ନିରଞ୍ଜନ ବଳ, ଗୋବର୍ଦ୍ଦନ ରାଉତ, ରାଜେଶ ପଣ୍ଡା, ରମାକାନ୍ତ ସ୍ୱାଇଁ, ମାନସରଞ୍ଜନ ଧଳ, ବ୍ରଜ ରାଉତ, ନିହାର ମହାପାତ୍ର, ମନୋଜ ସାହୁ, ସ୍ମୃତିରଞ୍ଜନ ସିଂ, ସୁରେଶ ନାୟକ, ଇତିହାସ ଲେଙ୍କା, ପ୍ରଦ୍ୟୁମ୍ନ ସାମନ୍ତରାୟ, ନିରାକାର ପ୍ରଧାନ, ରଞ୍ଜନ ପଣ୍ଡା, ଆଶୁତୋଷ ମହାନ୍ତି, ସେକ ଅଜିମୁଦ୍ଦିନ ପ୍ରମୁଖ ନୂତନ ସଭାପତି ଶ୍ରୀ ଜେନାଙ୍କୁ ସ୍ୱାଗତ କରିବା ସହ ମୁଖ୍ୟମନ୍ତ୍ରୀ, ଶିଳ୍ପମନ୍ତ୍ରୀ, ଯୋଗାଣ ମନ୍ତ୍ରୀ ଓ ଜିଲ୍ଲାର ସମସ୍ତ ବିଧାୟକଙ୍କ ସମେତ ଲିଗାଲ ଫ୍ରଣ୍ଟର ରାଜ୍ୟ ସଭାପତିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।