ବ୍ରହ୍ମପୁର ସ୍ଥିତ ଗାନ୍ଧୀନଗର ଛକ ଠାରେ ବିଜେପି ଯୁବମୋର୍ଚ୍ଚା ତରଫରୁ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା

ବ୍ରହ୍ମପୁର, (ଅନିଲ କୁମାର):ଆଜି ବ୍ରହ୍ମପୁର ସ୍ଥିତ ଗାନ୍ଧୀନଗର ଛକ ଠାରେ ବିଜେପି ଯୁବମୋର୍ଚ୍ଚା ତରଫରୁ ପୋଲିସ୍ ପ୍ରଶାସନର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ଗତକାଲି ଭାରତୀୟ ଜନତା ଯୁବମୋର୍ଚ୍ଚା ଓଡିଶା ତରଫରୁ ବିଧାନସଭା ଘେରାଉ କରାଯାଇଥିଲା । ଏଥିରେ ରାଜ୍ୟରୁ ହଜାର ହଜାର ଯୁବକ ଯୁବତୀ ମାନେ ସ୍ଵତଃପବୃତ ଭାବେ ଓଡ଼ିଶାରେ ଚାଲିଥିବା କୁଶାସନ ବିରୁଦ୍ଧରେ ନିଜ ସ୍ୱର ଶାଣିତ କରି ଆନ୍ଦୋଳନକୁ ସଫଳ କରାଇଥିଲେ । ରାଜ୍ୟ ସଭାପତି ଇରାସିଶ୍ ଆଚାର୍ଯ୍ୟ ଯେତେବେଳ ଡ଼ାକରା ଦେଲେ ରାଜ୍ୟରେ ଚାଲିଥିବା ଅପାରଗ ଶାସନ ବିରୁଦ୍ଧରେ ଏହି ଲଢେଇ ଏବଂ ସରକାର ନବ ଦାସ ହତ୍ୟାକାଣ୍ଡର ରହସ୍ୟକୁ ଜାଣିଶୁଣି ଉଜାଗର କରୁନଥିବା ଦର୍ଶାଉଛି ଯେ ଶାସକ ଦଳର କର୍ମୀ ମାନଙ୍କ ଏହି ହତ୍ୟାକାଣ୍ଡରେ ସଂପୃକ୍ତି ଅଛି, ସେହି ଶାସନ ବ୍ୟବସ୍ଥାକୁ ନିଦରୁ ଉଠେଇବା ପାଇଁ ଏହି ଆନ୍ଦୋଳନ ଡ଼ାକରା ଦିଆଯାଇଥିଲା । ଏହି ସମୟରେ ହଜାର ହଜାର ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ବିଧାନସଭା ଘେରାଉ କରିବାକୁ ଯାଉଥିବା ବେଳେ ପୋଲିସ ସହ ଧାସ୍ତାଧାସ୍ତି ହୋଇଥିଲେ । ଏହି ଗଣତାନ୍ତ୍ରିକ ଆନ୍ଦୋଳନରେ ଯେତେବେଳ ପୋଲିସ ଦେଖିଲା ଏହି ଯୁବକ ମାନଙ୍କୁ ସମ୍ଭାଳି ପାରିବେନାହିଁ ସେତେବେଳ କିଛି ଖଳ ପ୍ରକୃତି ଲୋକ ମାନଙ୍କ ଦ୍ଵାରା ଢ଼େଲା ପଥର,ଅଣ୍ଡା ପ୍ରଭୃତି ଯୁବମୋର୍ଚ୍ଚାର କର୍ମୀଙ୍କ ଉପରକୁ ଛାଡ଼ିଥିଲେ ଏହାର ସୁଯୋଗ ନେଇ ପୋଲିସ ଶାନ୍ତି ପୁର୍ଣ୍ଣ ଆନ୍ଦୋଳନକୁ ଭଣ୍ଡୁର କରି ଅତର୍କିତ ଭାବେ କାର୍ଯ୍ୟକର୍ତ୍ତା ମାନଙ୍କୁ ଲାଠି ମାଡ଼ କରିବା ସହ ଢ଼େଲା ପଥର ମାଡ଼ କରିଥିଲା । ଏହି କ୍ରମରେ ମୋର୍ଚ୍ଚାର ନେତ୍ରୀ ମାନଙ୍କୁ ପୁରୁଷ ପୋଲିସ ମାନେ ଯେଉଁ ଭଳି ଭାବରେ ଆକ୍ରମଣ କଲେ ଏହା ନିନ୍ଦନୀୟ। ମୋର୍ଚ୍ଚାର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକଙ୍କୁ ଅଭଦ୍ରାମୀ ବ୍ୟବହାର ନିଶ୍ଚିତ ପଖେ ପୋଲିସର ଅମାନବୀୟ ବ୍ୟବହାରକୁ ଦର୍ଶାଉଛି । ଏତିକିରେ ପୋଲିସର ବର୍ବରତା ସରିନଥିଲା ଶହେରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ମାନଙ୍କୁ ଆନ୍ଦୋଳନରୁ ଉଠାଇବା ସହ ପରବର୍ତ୍ତୀ ସମୟରେ ଯୁବମୋର୍ଚ୍ଚାର ରାଜ୍ୟ ସଭାପତିଙ୍କ ସହ ୨୨ ଜଣ ପଦାଧିକାରୀ ଓ ଜିଲ୍ଲା ସଭାପତିଙ୍କୁ ରାତି ଅଧିଆ ଗିରଫ କରିବା ଅଗଣତାନ୍ତ୍ରିକ ବୋଲି ଦଳ ପକ୍ଷରୁ କୁହାଯାଇଛି । ଏହି ଆନ୍ଦୋଳନରେ ପ୍ରାୟ ପଚାଶରୁ ଉର୍ଦ୍ଧ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଆହତ ହୋଇଥିଲେ କିନ୍ତୁ ଚିକିତ୍ସା ସମୟରେ ଯୁବମୋର୍ଚ୍ଚାର ଆହତ ମାନଙ୍କୁ ବେଡ୍ ଖଣ୍ଡିଏ ନଦେବା ନିଶ୍ଚିତ ଭାବରେ ରାଜ୍ୟ ସରକାରଙ୍କ ହୀନମାନ୍ୟତାକୁ ଦର୍ଶାଉଛି । ଏକ ଗଣତାନ୍ତ୍ରିକ ଆନ୍ଦୋଳନକୁ ପୁଲିସ ନିଜେ ଶାସକ ଦଳର କର୍ମୀ ଭାବରେ ବ୍ୟବହାର ଓ ରାତି ଅଧିଆ ଗିରଫଦାରୀକୁ ଭାରତୀୟ ଜନତା ଯୁବମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ପକ୍ଷରୁ ନିନ୍ଦା କରାଯାଇଛି । ଏହା ସହ ଯଥାଶୀଘ୍ର ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଇରାସିଶ ଆଚାର୍ଯ୍ୟଙ୍କ ସହ ସମସ୍ତ ଗିରଫ ପଦାଧିକାରୀ ଓ ଜିଲ୍ଲା ସଭାପତିଙ୍କୁ ଛଡ଼ାନଗଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ରତର କରାଯିବ ଏଥିପାଇଁ ରାଜ୍ୟ ସରକାର ନିଜେ ଦାୟୀ ରହିବେ ବୋଲି ଜିଲ୍ଲା ସଭାପତି ଶିବ ଶଙ୍କର ନାୟକ କହିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସୋମନାଥ ପାତ୍ର,ତୁତୁନ ପାତ୍ର, ସମ୍ପାଦକ ମାତା ପ୍ରସାଦ ନାୟକ,ମନୋଜ ମହାରଣା,ଚିଦାନନ୍ଦ ପଟ୍ଟନାୟକ,ସିଏଚ୍.ସାଇ,ସୁମିତ୍ ପାତ୍ର,ଦେବୁନ୍ ପଟ୍ଟନାୟକ,ସରୋଜ ଦାସ,କେ.ସନ୍ଦୀପ,ବିକାଶ ପାଣିଗ୍ରାହୀ, କର୍ପୋରେଟର ରଞ୍ଜିତା ବେହେରା,ମହେଶ ତ୍ରିପାଠୀ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ,ଜିଲ୍ଲା ଉପସଭାପତି ରାମ କୁମାର ପାତ୍ର,ସୁନିଲ କୁମାର ସାହୁ,ଡ଼ା.ସୁବାଷ ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ସମ୍ପାଦକ ବାଳକୃଷ୍ଣ ସାମନ୍ତରା,ଏଲ୍.ମହୋନ ଦାସ,ରାମହରି ଖଣ୍ଡୁଆଳ, ରବିନ୍ଦ୍ର ସାହୁ,ଅଶୋକ ନିମାଇଁ, ଆନନ୍ଦ ମହାଙ୍କୁଡ,ମଣ୍ଡଳ ସଭାପତି କେ.ଟୁଙ୍ଗୁରୁ ପାତ୍ର,କୃଷ୍ଣ ଚନ୍ଦ୍ର ଚୌଧୁରୀ,ସରୋଜ ପାତ୍ର,ଶ୍ରୀରାମ ଦୀନଦୟାଲଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ