ପୂର୍ବତନ ସୈନିକ ପରିବାର ପକ୍ଷରୁ ପ୍ରତିବାଦ ସଭା

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ନୂଆଗାଁ ପଂଚାୟତସ୍ଥିତ ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଜଗତସିଂହପୁର ଜିଲ୍ଲା ପୂର୍ବତନ ସୈନିକ ପରିବାର ପକ୍ଷରୁ ବିଭିନ୍ନ ଦାବିକୁ ନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ନିତ୍ୟାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ଭଂଜକିଶୋର ବେହୁରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅବସରପ୍ରାପ୍ତ ସୈନିକଙ୍କ ଦାବି ସରକାର ଶୁଣୁ ନଥିବାରୁ ଏହି ପ୍ରତିବାଦ ସଭାର ଆୟୋଜନ କରାଯାଇଛି । ଗଣମାଧ୍ୟମ ଜରିଆରେ ଆମ୍ଭମାନଙ୍କର ବିଭିନ୍ନ ଦାବି କେନ୍ଦ୍ର ସରକାରଙ୍କ ନିକଟରେ ପହଁଚି ପାରିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପରିବାରର ସଂପାଦକ ବିରଂଚି ନାରାୟଣ ମହାନ୍ତି, କୋଷାଧ୍ୟକ୍ଷ ବିପିନ ମହାପାତ୍ର, ବରିଷ୍ଠ ଉପଦେଷ୍ଟା ସୁଶାନ୍ତ ଚରଣ ସାହୁ, ସଂଯୋଜକ ପ୍ରହଲ୍ଲାଦ ମହାନ୍ତି, ଏସକେ ମହାନ୍ତିଙ୍କ ସମେତ ତିନି ସେନାର ଅବସରପ୍ରାପ୍ତ ସୈନିକ ମାନେ ଯୋଗ ଦେଇଥିଲେ । ଜଗତସିଂହପୁର ଜିଲ୍ଲା ସଂଯୋଜକ ତପନ କୁମାର ସାମନ୍ତରାୟ, ପ୍ରିୟରଂଜନ ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ