ଅନନ୍ତ ଗୋପାଳ ସରକାରୀ ଉପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବଞ୍ଚୋ ଠାରେ ଥିବା ଅନନ୍ତ ଗୋପାଳ ସରକାରୀ ଉଚ୍ଚ ପ୍ରାତମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅଶୋକ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୋଗରାଇ ବ୍ଲକ ଶିକ୍ଷା ଅଧିକାରୀ କମଳ ଲୋଚନ ବିଶ୍ୱାଳ, ମୁଖ୍ୟ ବକ୍ତା ଭାବେ ହାଟଡିହି ବ୍ଲକର ସହଶିକ୍ଷା ଅଧିକାରୀ ସୁରେଶ କୁମାର ଜେନା, ସମ୍ମାନୀତ ଅତିଥି ଭାବେ ସରପଞ୍ଚ ପ୍ରଶାନ୍ତ କୁମାର ରାଉତ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଧାଗୋବିନ୍ଦ ଦାଶ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦୟାନିଧି ରାଉତ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଯଦୁମଣି ପଟ୍ଟନାୟକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବାବାଜି ଚରଣ ଜେନା, ବିଦ୍ୟାଳୟ ସଂଗଠକ ଶ୍ରୀକାନ୍ତ କୁମାର ବରାଳ, ସିଆରସିସି ନିହାର ରଞ୍ଜନ ସ୍ୱାଇଁ, ବିଦ୍ୟାଳୟ ସଂଗଠକ ଶ୍ରୀଧର ପାଢ଼ୀ, ବିଦ୍ୟାଳୟ ସଂଗଠକ କାର୍ତ୍ତିକେଶ୍ୱର ବେହେରା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ହେବା ସହିତ ଜଣେ ଜଣେ ସୁନାଗରିକ ହେବାକୁ ଭାଷଣ ମାଧ୍ୟମରେ ଉପଦେଶ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିବାବେଳେ ବାର୍ଷିକ କ୍ରୀଡା ପ୍ରତିଯୋଗୀତାରେ କୃତ୍ତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଚମ୍ପିୟନ ହୋଇଥିବା ବିବେକାନନ୍ଦ ଖଟୁଆ, ଜନତ ବରାଳ, ଲିଜାରାଣୀ ରାଉତଙ୍କୁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିବାବେଳେ ଶିକ୍ଷାବିତ ଅନ୍ତର୍ଯ୍ୟାମୀ ବିଶ୍ୱାଳ ଅତିôତ ପରିଚୟ ପ୍ରଦାନ କରିଥିଲେ । ପ୍ରଧାନ ଶିକ୍ଷକ ଘନଶ୍ୟାମ ସେଠୀ ସ୍ୱାଗତ ଭାଷଣ ଦେଇଥିବାବେଳେ ସହକାରୀ ଶିକ୍ଷକ ପ୍ରଭାକର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ସହକାରୀ ଶିକ୍ଷୟତ୍ରୀ ଲିଲି ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରସନ୍ନ କୁମାର ନାୟକ, ସଂଯୁକ୍ତା ବିଶ୍ୱାଳ, ଝୁନୁଲତା ନାଇକ, ମମତା ନାଇକ, ଚନ୍ଦନା ବେହେରା, ଏଲି ଜେନା, ନିର୍ମଳ ଜେନା, ଭୀମସେନ ଖଟୁଆଙ୍କ ସମେତ ସମସ୍ତ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।