ବୁଢାକେନ୍ଦୁ ଶିଳ୍ପ ତାଲିମ୍ କେନ୍ଦ୍ରରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ କବିରାଜପୁର ସ୍ଥିତ ବୁଢାକେନ୍ଦୁ ଶିଳ୍ପ ତାଲିମ୍ କେନ୍ଦ୍ରରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ୍ କରାଯାଇ ଅନୁଷ୍ଠାନର ସହକାରୀ ତାଲିମ୍ ଅଧିକାରୀ ଦିଗାମ୍ବର ରଥଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି I ଅନୁଷ୍ଠାନର ସଭାପତି ଦେବେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବରେ କ୍ଷତ୍ରିୟବରପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ମହନ୍ତ ରାମକୃଷ୍ଣ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ରଥଙ୍କୁ ଅଙ୍ଗବସ୍ତ୍ର ଦେଇ ସମ୍ମାନୀତ କରିଥିବା ବେଳେ ଅନୁଷ୍ଠାନ ସମ୍ପାଦକ ଚିତ୍ତରଞ୍ଜନ ରଥ ଅବସରକାଳୀନ ପତ୍ର, ରମେଶ୍ ଚନ୍ଦ୍ର ମହାପାତ୍ର ଉପହାର,ସନ୍ତୋଷ କୁମାର ପାଢୀ ମାନପତ୍ର ଏବଂ ସୁଶାନ୍ତ କୁମାର ଗୌଡ଼ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସହକାରୀ ତାଲିମ୍ ଅଧିକାରୀ ଶ୍ରୀ ରଥଙ୍କୁ ସମ୍ବର୍ଦ୍ଧିତ କରିଥିଲେ I କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର ଶିକ୍ଷକ ସୁରେଶ କୁମାର ଗୌଡ଼, ମଙ୍ଗୁଳୁ ସ୍ୱାଇଁ, ବିଶ୍ଵନାଥ ସିଅ ପ୍ରମୁଖ ସହଯୋଗ କରିଥିଲେ I ଶିକ୍ଷକ ସନ୍ତୋଷ କୁମାର ପାଢୀ ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ