ବାଣୀପୀଠ ମଧୁବୈଶ୍ୟ ସମାଜର ଜିଲ୍ଲାସ୍ତରୀୟ ସମ୍ମିଳନୀ
ତିର୍ତୋଲ, (ଅଭିଷେକ ତ୍ରିପାଠୀ):ଯେତେବେଳେ ଆମସମାଜରେ ଜାତୀୟ ରାଷ୍ଟ୍ରୀୟ ଓ ପବିତ୍ର ଭାଇଚାରା ର ପରମ୍ପରା ଲୋପ ପାଇବାକୁଯାଉଛି ଠିକ ସେତିକିବେଳେ ବାଣୀପୀଠ ଝଙ୍କଡ଼ ସାରଳାପୀଠ କନକପୁର ବସନ୍ତବଗିଚା ଠାରେ ଗତ ରବିବାର ଦିନ ବାଣୀପୀଠ ମଧୁବୈଶ୍ୟସମାଜ ଜଗତସିଂହପୁର ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ସମ୍ମିଳନୀ ଓ ସ୍ୱଜାତି ବନ୍ଧୁମିଳନ ଉତ୍ସବ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି ଆଦିକବିସାରଳାଦାସ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର କୃଷ୍ଣପ୍ରସାଦ ସାହୁ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସଭାରେ ନିଖିଳଉତ୍କଳ ମଧୁବୈଶ୍ୟ ସମାଜର ରାଜ୍ୟସଭାପତି ଦେବେନ୍ଦ୍ରନାଥ sahu ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ବରିଷ୍ଠସଦସ୍ୟ ରାମଚନ୍ଦ୍ର ସାହୁ ସଭାର କାର୍ଯ୍ୟକ୍ରମ କୁ ସଂଚାଳନ କରିଥିଲେ , ସମ୍ମାନିତଅତିଥିଭାବେ ଯୁବସଂଗଠନ ସଭାପତି ବିନୋଦଚନ୍ଦ୍ର ସାହୁ, ଯୁବସମ୍ପାଦକ ପ୍ରଶାନ୍ତ କୁମାର ସାହୁ ବରିଷ୍ଠସଭ୍ୟ ଦେବେନ୍ଦ୍ରସାହୁ ,ଙ୍କ ସମେତ ମହେନ୍ଦ୍ର ସାହୁ ଭୀମସେନ ସାହୁ ପ୍ରଶାନ୍ତ ସାହୁ ବସନ୍ତ କୁମାର ସାହୁ ପ୍ରମୁଖ ଜାତୀୟତାବୋଧ କୁ ସୁଦୃଢ ଓ ସୁଦୂରପ୍ରସାରି କରିବାକୁ ଆହ୍ୱାନ ଦେଇଥିଲେ ସ୍ୱତନ୍ତ୍ରନିମନ୍ତ୍ରିତ ଅତିଥିଭାବେ ସାରଳା ସାହିତ୍ୟ ସଂସ୍କୃତି ଓ ମହିମା ପ୍ରଚାରକ ରମାକାନ୍ତ ରାଉଳ ସାରଳାଠାକୁରାଣୀ ଓ ସାରଳାଦାସ ଙ୍କ ଉପରେ ବକ୍ତ୍ୟବ୍ୟ ପ୍ରଦାନକରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ ପରିଶେଷରେ ଯୁବନେତା ଜୟନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ସଭାପୂର୍ବରୁ ଶ୍ରୀ ଗଣେଶ ଜୀ ଙ୍କ ପୁଜାର୍ଚନା ଓ ଦିବଂଗତ ଜାତିଭାଇ ମାନଙ୍କ ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା , ଏହି ଅବସରରେ ଗଣେଶ ଟୀକା ନାମକ ଏକ ପୁସ୍ତକ ଅତିଥିମାନଙ୍କଦ୍ୱାରା ଉନ୍ମୋଚନ କରାଯାଇଥିବାବେଳେ , ପ୍ରତିଭାବାନ ବ୍ୟକ୍ତିବିଶେଷ ଙ୍କୁ ମଧ୍ୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିବାର ଦେଖିବାକୁ ମିଳିଥିଲା


