ଗୃପ ଟଙ୍କା ଠକେଇ ଅଭିଯୋଗ, ବ୍ୟାଙ୍କ ମିତ୍ରଙ୍କ ନାମରେ ମାମଲା ରୁଜୁ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ପୋଲିସ ଥାନା ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମର ପ୍ରୀତିମୟୀ ସ୍ୱୟଂ ସହାୟକ ଗୋଷ୍ଠୀର ଅଜଣାତରେ ବ୍ୟାଙ୍କ ମିତ୍ର ଗ୍ରୁପର ଟଙ୍କା ନିଜ ଏକାଉଣ୍ଟକୁ ଟ୍ରାନ୍ସଫର କରିନେଇଥିବା ପୋଲିସ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି। ପ୍ରୀତିମୟୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ବ୍ୟାଙ୍କ ମିତ୍ର ତଥା ଚିରିକିପଡା ଶାସନ ଗ୍ରାମର ତପସ୍ୱିନୀ ପ୍ରଧାନ,ପ୍ରୀତିମୟୀ ସ୍ୱୟଂ ସହାୟକ ଗୋଷ୍ଠୀର କେ.ୱାଇ.ସି. ଚିରିକିପଡା ଶାସନ ଶାଖା ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଅପଡେଟ କରାଯିବ କହି ସମସ୍ତ କାଗଜ ପତ୍ର ନେଇଥିଲେ। ହେଲେ ବ୍ୟାଙ୍କ ମିତ୍ର କେ.ୱାଇ.ସି. ଅପଡେଟ କରିବା ସହ ୬୦ ହଜାର ଟଙ୍କା ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରିନେଇଛନ୍ତି। ଗୃପ ସଦସ୍ୟ ବୃନ୍ଦ ଏହା ଜାଣିବା ପରେ ପୋଲସରା ପୋଲିସ ଥାନାରେ ଫେବୃଆରୀ ୨ ତାରିଖ ଦିନ ସନ୍ଧ୍ୟାରେ ଅଭିଯୋଗ କରିଥିଲେ। ପୋଲିସ ଫେବୃଆରୀ ୩ ତାରିଖ ଦିନ ବ୍ୟାଙ୍କରେ ଅନୁସନ୍ଧାନ ପରେ କେଶ ନଂ ୧୧୯/୨୦୨୩ ପ୍ରକାରେ ଏକ ମାମଲା ରୁଜୁ କରାଯାଇଥିବା ପୋଲସରା ପୋଲିସ ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ