ପଞ୍ଚାୟତ ଅଫିସରେ ଶହ ଶହ ହିତାଧିକାରୀ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲାର ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମ ପଞ୍ଚାୟତର ବୃଦ୍ଧ, ବୃଦ୍ଧା ଓ ବିଧବା ହିତାଧିକାରୀ ମାନଙ୍କୁ ତିନିମାସ ହେଲା ଭତ୍ତା ଟଙ୍କା ମିଳିପାରିନଥିବା ଯୋଗୁଁ ସେମାନେ ବହୁ ଅସୁବିଧା ଭୋଗୁଛନ୍ତି। ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭତ୍ତା ଟଙ୍କା ମିଳିନଥିବା ହିତାଧିକାରୀମାନେ ଫେବୃଆରୀ ୩ ତାରିଖ ଦିନ ପଞ୍ଚାୟତ କାର୍ଯ୍ୟାଳୟକୁ ଡକାଇଥିଲେ। ଶହ ଶହ ହିତାଧିକାରୀ ପଞ୍ଚାୟତ ଅଫିସ ବାରଣ୍ଡାରେ ଓ ବାହାରେ ଖରାରେ ଛିଡାହୋଇଥିବା ଦେଖାଯାଇଥିଲା। ସମିତି ସଭ୍ୟ ଜୟଦେବ ପ୍ରଧାନ ହିତାଧିକାରୀଙ୍କ ବ୍ୟାଙ୍କ ଖାତା ଓ ଆଧାର ର କପି ସଂଗ୍ରହ କରି ବୁଗୁଡା ବ୍ଲକରୁ ଆସିଥିବା ଅଧିକାରୀଙ୍କୁ ଦେଉଥିଲେ। ହେଲେ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଙ୍କୁ ପଞ୍ଚାୟତ ଅଫିସରେ ଦେଖିବାକୁ ମିଳିନଥିଲା। ହିତାଧିକାରୀମାନେ ଅଭିଯୋଗ କରିଥିଲେ ଯେ ପୂର୍ବତନ ପିଇଓଙ୍କ ସମୟରେ ଠିକ ସମୟରେ ଭତ୍ତା ପାଉଥିଲୁ। ମାତ୍ର ବର୍ତ୍ତମାନର ପିଇଓ ନିଯୁକ୍ତି ହେବା ପରଠାରୁ କେବେ ମଧ୍ୟ ଠିକ ସମୟରେ ଭତ୍ତା ଟଙ୍କା ମିଳୁନାହିଁ। ଟଙ୍କା ପାଇଁ ହିତାଧିକାରୀ ମାନେ ବ୍ୟାଙ୍କକୁ ବାରମ୍ବାର ଦୌଡ଼ିବାକୁ ପଡୁଥିବା ଅଭିଯୋଗ କରିଥିଲେ। ଭୀଷଣ ଖରାରେ ବୁଢା ବୁଢ଼ୀ ମାନେ ଅପେକ୍ଷା କରି ଡକୁମେଣ୍ଟ ଦେଇଥିଲେ ମଧ୍ୟ ଚାରି ପାଞ୍ଚ ଦିନ ପରେ ଟଙ୍କା ମିଳିବ ବୋଲି ଜଣାପଡିଛି। ମାଣିତରା ଏକ ବଡ଼ ପଞ୍ଚାୟତ ହୋଇଥିବା ବେଳେ ଜଣେ ଅନଭିଜ୍ଞ ପିଇଓଙ୍କୁ ନିଯୁକ୍ତି ଦେଇଥିବା ଯୋଗୁଁ ଏହିପରି ଅସୁବିଧା ହେଉଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ