ସଲ୍‌ମାନ୍‌ଙ୍କ ପ୍ରଶଂସାରେ ଶତମୁଖ ଶବୀନା

ନୂଆଦିଲ୍ଲୀ: ବଲିଉଡ୍‌ର ଭାଇଜାନ୍‌ ‘ସଲ୍‌ମାନ୍‌ ଖାନ୍‌’ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦବଙ୍ଗ ୩’ ଡିସେମ୍ବର ୨୦ ତାରିଖରେ ରିଲିଜ୍ ହେବ। ତେବେ ତା’ପୂର୍ବରୁ ଏହି ଫିଲ୍ମରେ କୋରିଓଗ୍ରାଫର୍ ଭାବେ କାମ କରିଥିବା ଶବୀନା ଖାନ୍‌ ଅଭିନେତା ସଲ୍‌ମାନ୍‌ଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ସଲ୍‌ମାନ୍‌ଙ୍କ ହୃଦୟ ସୁନାରେ ତିଆରି ବୋଲି ସେ କହିଛନ୍ତି।

ଶବୀନା କହିଛନ୍ତି, “ତାଙ୍କ ସହିତ କାମ କରିବା ସବୁବେଳେ ମୋ ପାଇଁ ବହୁତ ସୁନ୍ଦର ଅନୁଭୂତି ହୋଇଥାଏ। ତାଙ୍କ ଭଳି ଷ୍ଟାର୍‌ଙ୍କୁ ନାଚ ଶିଖାଇବା ମୋ ପାଇଁ ବହୁତ ବଡ଼ କଥା। ଏଥିପାଇଁ ମୁଁ ବହୁତ ଗର୍ବ ଅନୁଭବ କରୁଛି। ତାଙ୍କ ହୃଦୟ ସୁନାରେ ତିଆରି। ସେ କେବେ ଅନ୍ୟମାନଙ୍କ ସମ୍ମୁଖରେ ଷ୍ଟାର୍ ଭଳି ବ୍ୟବହାର କରନ୍ତି ନାହିଁ। ତାଙ୍କ ବ୍ୟବହାର ବହୁତ ଭଲ। ମହିଳାମାନଙ୍କ ସହିତ ସେ ଖୁବ୍ ଭଲ ବ୍ୟବହାର କରନ୍ତି। ଯେତେବେଳେ ମୁଁ ଜଣେ ଆସିଷ୍ଟାଣ୍ଟ ଭାବେ କାମ କରୁଥିଲି, ସେ ମୋ ନାଁ ଧରି ଡାକୁଥିଲେ। ଏବେ ସେ ମୋତେ ମ୍ୟାଡ୍‌ମ ସମ୍ବୋଧନ କରୁଛନ୍ତି।” ସେ ଆହୁରି କହିଛନ୍ତି, “ଯଦି କେହି ସଲ୍‌ମାନ୍‌ ଖାନ୍‌ଙ୍କୁ ଭଲ ଭାବେ ଜାଣିଛନ୍ତି, ତା’ହେଲେ ତାଙ୍କ କୋରିଓଗ୍ରାଫର୍ ହେବା ବା ତାଙ୍କୁ ଫିଲ୍ମରେ ଷ୍ଟେପ୍ସ ଶିଖାଇବା ଆଦୌ ଏକ କଷ୍ଟକର କାମ ନୁହେଁ। ମୋ କ୍ଷେତ୍ରରେ ବି ସେମିତି ଘଟିଛି। ମୁଁ ତାଙ୍କ ଷ୍ଟାଇଲ୍‌କୁ ଭଲ ଭାବେ ଜାଣିଛି। ସେ କୌଣସି ଷ୍ଟେପ୍ ଅଭ୍ୟାସ କରନ୍ତି ନାହିଁ। କେବଳ ୧୦ ମିନିଟ୍ ଅଭ୍ୟାସ କରି ଶଟ୍‌ ଦେବାକୁ ପ୍ରସ୍ତୁତ ହୋଇଯା’ନ୍ତି।” ସୂଚନାଯୋଗ୍ୟ, ‘ଜୟ ହୋ’, ‘ଦବଙ୍ଗ’ ଓ ‘ପ୍ରେମ ରତନ ଧନ୍‌ ପାୟୋ’ ଭଳି ଫିଲ୍ମରେ ସଲ୍‌ମାନ୍‌ଙ୍କ ସହ କାମ କରିଛନ୍ତି ଶବୀନା ଖାନ୍‌।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ