ବିରିଡିରେ ଅଗ୍ନିକାଣ୍ଡ, ଜଳିଗଲା ୮ବଖରା ଘର, ୧୦ଲକ୍ଷରୁ ଉର୍ଦ୍ଧ ଟଙ୍କା ସମ୍ପତ୍ତି ଭଷ୍ମୀଭୂତ

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସୁଲଣ ପଞ୍ଚାୟତର ବିରିଡି ଗ୍ରାମରେ ଆଜି ସନ୍ଧ୍ୟା ୬ଟା ବେଳେ ବିଦ୍ୟୁତ ସର୍ଟସସର୍କିଟ ଯୋଗୁଁ ତିନୋଟି ପରିବାରର ୮ବଖରା ଘର ଜଳିପୋଡି ପାଉଁଶ ହୋଇ ଯାଇଛି । ସୁଚନାରୁ ଜଣାଯାଇଛି ଯେ ଗ୍ରାମର ମୋହନ ବ୍ରହ୍ମଙ୍କ ଘରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା । ସନ୍ଧ୍ୟା ସମୟରେ ପବନ ବହୁଥିବାରୁ ସଙ୍ଗେ ସଙ୍ଗେ ନିଆଁ ଚତୁର୍ଦିଗକୁ ବ୍ୟାପି ଯାଇଥିଲା । ଯାହାଦ୍ୱାରାକି ମୋହନଙ୍କ ୩ବଖରା ଘର ସମେତ ସୁବାସ ବ୍ରହ୍ମଙ୍କ ଦୁଇ ବଖରା ଓ ଅଲେଖ ରାଉତଙ୍କ ତିନି ବଖରା ଘର ସମ୍ପୁର୍ଣ୍ଣ ପୋଡିଯାଇଥିଲା । ଗାଁ ଲୋକମାନେ ବହୁ ପରିଶ୍ରମ କରି ନିଆଁକୁ ଆୟତ କରିଥିବାବେଳେ ଆନନ୍ଦପୁରରୁ ଦମକଳ ପହଞ୍ଚି ନିଆଁକୁ ଲିଭାଇଥିଲା । ଏହି ଅଗ୍ନିକାଣ୍ଡରେ ତିନୋଟିଯାକ ପରିବାରର ସମସ୍ତ ଗୃହୋପକରଣ ସାମଗ୍ରୀ ସହିତ ଘରେଥିବା ଧାନ, ଚାଉଳ, ସୁନାରୁପା ସମେତ ସମସ୍ତ ଗୃହୋପକରଣ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ଯାହାରକି ଆନୁମାନିକ ମୁଳ୍ୟ ୧୦ଲକ୍ଷରୁ ଉର୍ଦ୍ଧ ହେବ ବୋଲି ଆକଳନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ