ବିଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ପାଇଁ ଦାବିପତ୍ର

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସହରରେ ସମ୍ବିଧାନ ପ୍ରଣେତା ଭାରତରତ୍ନ ବାବା ସାହେବ ଆମ୍ବେଦକରଙ୍କ ପୂର୍ଣ୍ଣ ପ୍ରତିମୂର୍ତ୍ତି ପ୍ରତିଷ୍ଠା ପାଇଁ ଆମ୍ବେଦକର ବିକାଶ ପରିଷଦ ପକ୍ଷରୁ ଜୋରଦାର ଉଦ୍ୟମ ଜାରି ରହିଛି । ଏହି ପରିିପ୍ରେକ୍ଷୀରେ ପରିଷଦର କର୍ମକର୍ତ୍ତାମାନେ ପୂର୍ବରୁ ଜିଲାପାଳଙ୍କୁ ସାକ୍ଷାତ ସହ ସହରର କୌଣସି ପ୍ରମୁଖ ଅଞ୍ଚଳରେ ସରକାରୀ ଜାଗା ଯୋଗାଇ ଦେବାକୁ ନିବେଦନ କରିଥିଲେ । ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସଦର ତହସିଲଦାର ସହରର ଟ୍ରାଫିକ ଥାନା ପାଶ୍ୱର୍ସ୍ଥ ଅଞ୍ଚଳରେ ଆବଶ୍ୟକ ପରିମାଣର ସରକାରୀ ଜାଗା ଥିବା ସମ୍ପର୍କରେ ଅବଗତ ପରେ ଏବେ ପରିଷଦ ପକ୍ଷରୁ ଆରମ୍ଭ ହୋଇଛି ପ୍ରତିମୂର୍ତ୍ତି ସ୍ଥାପନ ଉପକ୍ରମ । ପରିଷଦ ପକ୍ଷରୁ ଏକ ପ୍ରତିନିଧି ଦଳ ଶନିବାର ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ରଙ୍କୁ ସାକ୍ଷାତ ସହ ଚୟନ ସ୍ଥାନରେ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ପ୍ରଶାସନ ସମ୍ମତ୍ତି ଲୋଡ଼ିଥିଲେ । ଆସନ୍ତା ଏପ୍ରିଲ ୧୪ ତାରିଖ ଆମ୍ବେଦକର ଜୟନ୍ତୀ ପୂର୍ବରୁ ପୂର୍ଣ୍ଣ ଅବୟବ ନିର୍ମାଣ ଶେଷ ପାଇଁ ପରିଷଦ ଇଚ୍ଛା ପ୍ରକାଶ କରିଥିବା ବେଳେ ତୁରନ୍ତ ସ୍ଥାନ ଚୟନ ସହ ଅନୁମତି ପ୍ରଦାନ ନିମନ୍ତେ କର୍ମକର୍ତ୍ତାମାନେ ଜିଲାପାଳଙ୍କୁ ନିବେଦନ କରିଛନ୍ତି । ଏହି ଅବସରରେ ପରିଷଦ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ର ପ୍ରଦାନ ବେଳେ ପରିଷଦର ସଭାପତି ସମାଜସେବୀ ସୁଦର୍ଶନ ଜେନା, ଜିଲା ଓକିଲ ସଂଘ ସଭାପତି ମନୋଜ ନାୟକ, ଆଇନଜୀବୀ ରଘୁନାଥ ମହାଳିକ, ସମାଜସେବୀ ଲକ୍ଷ୍ମଣ ବେହେରା, ତୁଷାରକାନ୍ତି ତପସୀ, ସୌଭାଗ୍ୟ ମଲିକ, ଭରତ ଲେଙ୍କା, ଜିତେନ୍ଦ୍ର ରାଉତ, ଅକ୍ଷୟ ପାତ୍ର, ପ୍ରଶାନ୍ତ ମଲିକ, ମାନଗୋବିନ୍ଦ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ