ନାଉଗାଁ ବ୍ଳକରେ ପଂଚାୟତିରାଜ ଦିବସ ପାଳିତ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଳକ ସମ୍ମିଳନୀ କକ୍ଷରେ ରବିବାର ଆଧୁନିକ ଓଡିଶାର ନିର୍ମାତା ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଓ ପଂଚାୟତିରାଜ ଦିବସ ଏବଂ ଲୋକସେବା ଦିବସ ଅବସରରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ବିଡିଓ ରଶ୍ମିରେଖା ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ପଂଚାୟତିରାଜ ବ୍ୟବସ୍ଥାରେ ପ୍ରତିଟି ଲୋକଙ୍କ ଅଧିକାର ଉପଯୋଗ କରି ଅଂଚଳର ବିକାଶ କରିବା ଓ ଆଗାମୀ ଦିନରେ ପଂଚାୟତିରାଜ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ସହିତ ଏକ ସଶକ୍ତ ରାଷ୍ଟ୍ର ଗଠନ କରିବା ପାଇଁ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ବୈଠକରେ ବିଡିଓ ମଲ୍ଲିକ, ଜିପିଇଓ ଦିନେଶ କୁମାର ରାୟ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ. ଅଙ୍କିତା ଜାଲିଙ୍କ ସହିତ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୁବଳ ବେହେରା, ଗଳଦାରୀ ସରପଂଚ ଦିଲ୍ଲିପ ନାୟକ, ଘୋଡାଂଶ ସମିତି ସଭ୍ୟ ତରୁଣକାନ୍ତ ବାରିକ, ନୂଆଗାଁ ସରପଂଚ ଦୋଳଗୋବିନ୍ଦ ରାଉଳ, ରୋହିଆ ପଂଚାୟତର ପୂର୍ବତନ ସମିତି ସଭ୍ୟ ପ୍ରଦ୍ମଚରଣ ରାଉତ, ବଛାଳୋ ସମିତି ସଭ୍ୟ ଚନ୍ଦନ ଲେଙ୍କା ଓ ବିଭିନ୍ନ ପଂଚାୟତର ସରପଂଚ, ସମିତି ସଭ୍ୟ, ବ୍ଳକର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।


