ନାଉଗାଁ ବ୍ଳକରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଳକରେ ରବିବାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ଯୁବନେତା ପ୍ରଦିପ୍ତ ସ୍ୱାଇଁ, ଯୁବନେତା ଶାଶ୍ୱତ ରଂଜନ ନାୟକ, ପଂଚାୟତ ସମିତି ଉପାଧ୍ୟକ୍ଷ ସୁଜିତ ପୁହାଣ, ଡେରିକି ସରପଂଚ ପ୍ରଶାନ୍ତ ଜେନା, ସାଂସଦ ପ୍ରତିନିଧି ଅଜୟ ମହାନ୍ତି, ବରିଷ୍ଠ ବିଜେଡି ନେତା ଦିଲ୍ଲିପ ଲେଙ୍କା, ପ୍ରକାଶ ଜେନା, ଅଲଣା ସରପଂଚ ଚନ୍ଦ୍ରମଣୀ ବେହେରା, ବାଂଶ ସମିତି ସଭ୍ୟ ଶିବ ମହାରଣା, ପ୍ରଭୁଚରଣ ଦାସ, ଜନ୍ମଜେୟ ନାୟକ, ବିପିନ ବେହେରା, ବିଦ୍ୟାଧର ନାୟକ, ପ୍ରର୍ଶୁରାମ ଜେନା, ଯୁଧିଷ୍ଟିର ସ୍ୱାଇଁ, ବିଷ୍ଣୁଚରଣ ବେହେରା, ଆଲୋକ ମହାନ୍ତିଙ୍କ ସମେତ ଶତାଧିକ ବିଜୁ ପ୍ରେମୀମାନେ ଗଙ୍ଗଦାହାଟ ଓ ନାଉଗାଁ ବ୍ଳକଛକରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡିଶାକୁ ରାମରାଜ୍ୟ କରିବା ପାଇଁ ବିଜୁ ପ୍ରେମୀମାନେ ଶପଥ କରିଥିଲେ ।


