୧୩ରୁ ଭୁବନେଶ୍ୱରରେ ନିଖିଲ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ସଂଘର ଗଣଧାରଣା

ବାଲେଶ୍ୱର, (ସରୋଜ ପଣ୍ଡା):ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ ବାଲେଶ୍ୱର ଜିଲ୍ଲା କମିଟିର ବୈଠକ ସଭାପତି ପ୍ରତିଭା ପାଲଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଅଙ୍ଗନବାଡ଼ି କର୍ମଚାରୀ ୟୁନିୟନ ସଂଯୁକ୍ତ ମୋର୍ଚ୍ଚା ପକ୍ଷରୁ ଆହ୍ୱାନ କ୍ରମେ ଆସନ୍ତା ୧୩ ତାରିଖରୁ ବିଧାନସଭା ସମ୍ମୁଖରେ ହେଉଥିବା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା କାର୍ଯ୍ୟକ୍ରମକୁ ସଫଳ କରିବାକୁ ଏଥିରେ ନିଷ୍ପତ୍ତି ନିଆଯାଇଛି । ଏଆଇଟିୟୁସି ରାଜ୍ୟ ସଂପାଦକ ଜୟନ୍ତ ଦାସ ଯୋଗଦେଇ ଗତ ଅଙ୍ଗନବାଡ଼ି କର୍ମୀଙ୍କ ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦାସୀନତା ସମ୍ପର୍କର୍ରେ ଆଲୋଚନା କରିଥିଲେ । ଏମିତିକି କୋଭିଡ କାଳରେ ଜୀବନକୁ ବାଜି ଲଗାଇ ଅଙ୍ଗନୱାଡ଼ି କର୍ମୀମାନେ କାର୍ଯ୍ୟ କରିଥିଲେ ବି ସେମାନଙ୍କୁ ଉଚିତ ପାରିଶ୍ରମିକ ପ୍ରଦାନ କରାଗଲା ନାହିଁ । ଏନେଇ ସଂଯୁକ୍ତ ମୋର୍ଚ୍ଚା ପକ୍ଷରୁ ଗତ ଡିସେମ୍ବର ୯ ତାରିଖରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯାଇଥିଲା । ମାତ୍ର ଉଭୟ ବଜେଟରେ ଆଇସିଡିଏସ ପ୍ରତି ଅଣଦେଖା କରାଯାଇଛି । ବିଶେଷ କରି ଅଙ୍ଗନୱାଡ଼ି କର୍ମୀଙ୍କ ଉପରେ ମାତ୍ରାଧିକ କାର୍ଯ୍ୟର ଚାପ, ପୋଷଣ ଟ୍ରାକର ନାମରେ ୨୪ ଘଣ୍ଟିଆ ଟ୍ରାକିଙ୍ଗ୍‌, ରନ୍ଧନ ଗ୍ୟାସ୍ ଓ ଶିଶୁଖାଦ୍ୟ ପ୍ରସ୍ତୁତିରେ ଆବଶ୍ୟକ ଅଣ୍ଡା, ରୋଷେଇ ତେଲ, ମସଲା ପ୍ରଭୃତିର ସାମଗ୍ରୀର ମୂଲ୍ୟବୃଦ୍ଧି, ଉପରିସ୍ଥ ଅଧିକାରୀଙ୍କୁ ଉତ୍କୋଚ ନ ଦେଲେ ବିଲ ବନ୍ଦ ରହିବା, ଅଙ୍ଗନୱାଡ଼ି ସୁପରଭାଇଜର ପଦବୀ ଖାଲି ପଡ଼ିଥିବା ବେଳେ ତାହା ପୂରଣ କରା ନଯିବା ଆଦି ଅବ୍ୟବସ୍ଥା ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ବଡ଼ ସମସ୍ୟା ହୋଇଛି । ମାସିକ ୨୬ ହଜାର ଟଙ୍କାର ଭତ୍ତା, ଏସ୍‌ଏନ୍‌ପି ସାମଗ୍ରୀ ଦର ସଂଶୋଧନ, ଶୋଷଣ ଓ ଅତ୍ୟାଚାର ବନ୍ଦ ଦାବିରେ ୧୩ ମାର୍ଚ୍ଚ ସକାଳ ଠାରୁ ଭୁବନେଶ୍ୱରରେ ହେଉଥିବା ଦିବାରାତ୍ର ଗଣଧାରଣାକୁ ସଫଳ କରିବା ପାଇଁ ଜୟନ୍ତ ଦାସ ବୈଠକରେ ଉପସ୍ଥିତ କର୍ମୀଙ୍କୁ ପରାମର୍ଶ ଦେଇଥିଲେ । ସଂଗଠନର ଜିଲ୍ଲା ସଂପାଦିକା ଲକ୍ଷ୍ମୀପ୍ରିୟା ଦାସ ଏଥିରେ ବିବରଣୀ ଉପସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁଷମା ପାତ୍ର, ନିର୍ବାସିନୀ ପ୍ରଧାନ, ପ୍ରତିଭା ନାୟକ, ଭାରତୀ ନାୟକ, ନିୟତି ସାହୁ, ମମତା ଦାସମହାପାତ୍ର, ସଂଯୁକ୍ତା ସିଂହ, ଶାନ୍ତିଲତା ମାଝୀ ପ୍ରମୁଖ ବିଭିନ୍ନ ବିଷୟରେ ଆଲୋଚନା କରି ୧୩ ମାର୍ଚ୍ଚରୁ ଅନିର୍ଦ୍ଦିଷ୍ଟ କାଳ ଦିବାରାତ୍ର ଗଣଧାରଣାର ସଫଳତା ପାଇଁ ଆହ୍ୱାନ ଦେଇଥିଲେ ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ