ଶାଳଣିଆଁ ସର୍କଲ ପକ୍ଷରୁ ନୁତନ ବିଇଓଙ୍କୁ ସମ୍ବର୍ଦ୍ଧନା
ହାଟଡିହିି, (ବିକାଶ ବିଶ୍ୱାଳ):ଶାଳଣିଆଁ ସର୍କଲର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପକ୍ଷରୁ ହାଟଡିହିର ନବ ନିଯୁକ୍ତ ବିଇଓ ଧନେଶ୍ୱର ଖଣ୍ଡେଇଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶିକ୍ଷକ ପ୍ରଦୀପ କୁମାର ନାୟକ, ରଞ୍ଜନ କୁମାର ପ୍ରଧାନ, ବଳରାମ ଦାସ, ସୁଶାନ୍ତ କୁମାର ମାଝୀ, ବିଜୟ କୁମାର ସ୍ୱାଇଁଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନବ ନିଯୁକ୍ତ ବ୍ଲକ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଶିକ୍ଷା ଅଧିକାରୀଙ୍କ ଦଅଷ୍ଟି ଆକର୍ଷଣ କରିଥିଲେ ।


