ପଞ୍ଚାୟତରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ଭାବେ ପାଳିଲା ବିଜେପି

ହାଟଡିହିି, (ବିକାଶ ବିଶ୍ୱାଳ):ବିଜେଡି ଶାସନରେ ପଞ୍ଚାୟତରାଜ ବ୍ୟବସ୍ଥାରେ ବ୍ୟାପକ ଦୁର୍ନୀତି ବିରୁଦ୍ଧରେ ଭାରତୀୟ ଜନତାପାର୍ଟି ସମଗ୍ର ରାଜ୍ୟରେ ଆଜି ଭ୍ରଷ୍ଟାଚାର ଦିବସ ପାଳନ କରିବାକୁ ନିଷ୍ପତି ନେଇଥିବାବେଳେ ହାଟଡିହି ବ୍ଲକ ସମ୍ମୁଖରେ ଆନନ୍ଦପୁରର ବରିଷ୍ଠ ବିଜେପିନେତା ଆଲୋକ ସେଠୀଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଭ୍ରଷ୍ଟାଚାର ଦିବସ ପାଳନ କରିଥିଲେ । ଏଥିରେ ବରିଷ୍ଠ ବିଜେପି ନେତା ତଥା ନମାମି ଗଙ୍ଗେର ରାଜ୍ୟ ସଂଯୋଜକ ମହେଶ୍ୱର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଜ୍‌୍ୟାନରଞ୍ଜନ ସାମନ୍ତ ସିଂହାର, ମଣ୍ଡଳ ସଭାପତି ହରମୋହନ ଶାସିନି, ଶଶିକାନ୍ତ ରାଉତ ପ୍ରମୁଖ ରାଜ୍ୟ ସରକାରଙ୍କ ଭ୍ରଷ୍ଟାଚାର ଶାସନ ବିରୁଦ୍ଧରେ ଶ୍ଳୋଗାନ ଦେବା ସହିତ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଅଧର ବେହେରା, ସୁଶାନ୍ତ ଜେନା, ଆଲୋକ ଦାସ, ଗୋପବନ୍ଧୁ ସାହୁ, ପିନାକୀ ଜେନା, ସୁରେଶ ମହାନ୍ତି, ବେଣୁଧର ଜେନା, ପବିତ୍ର ମଲ୍ଲିକ, ରମାକାନ୍ତ ସାହୁ, ଆଲୋକ ଜେନା, ଭଗବାନ ପେଡା, ଦୀନବନ୍ଧୁ ଜେନା, ରାଜେନ୍ଦ୍ର ଯେନା, ସରୋଜ ଜେନା, ହିରଣ୍ୟ ଜେନା, ଜଗନ୍ନାଥ ବାରିକ, ରମେଶ ରାଉତଙ୍କ ସମେତ ଶତାଧିକ କର୍ମୀ କଳାବ୍ୟାଚ ପିନ୍ଧି ଏହି ଭ୍ରଷ୍ଟାଚାର ସଭାରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ