ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ବିଧାନସଭା ସ୍ତରୀୟ “ବୁଥ୍ ସଶକ୍ତିକରଣ ଅଭିଯାନ କର୍ମଶାଳା”

ବ୍ରହ୍ମପୁର, (ଅନିଲ କୁମାର):ଗୋପାଳପୁର ବିଧାନସଭାର ବିଧାୟକ ପ୍ରାର୍ଥୀ ତଥା ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ସଭାପତିତ୍ବରେ ଗୋଳନ୍ଥରା ସ୍ଥିତ ବନ୍ଦେମାତରଂ ଠାରେ ଅନୁଷ୍ଠିତ ହୋଇଯାଇଛି । ଗୋପାଳପୁର ବିଧାନସଭା ଅନ୍ତର୍ଗତ ସମସ୍ତ ମଣ୍ଡଳ ସଭାପତି,ଶକ୍ତି କେନ୍ଦ୍ର ପ୍ରମୁଖ,ବୁଥ୍ ପ୍ରମୁଖ,ଜିଲ୍ଲା ପଦାଧିକାରୀ ଏବଂ ରାଜ୍ୟ ପଦାଧିକାରୀ ମାନଙ୍କୁ ନେଇ ଆଜିର ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ରହ୍ମପୁର ଲୋକସଭା ସଂଯୋଜକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ ଯୋଗ ଦେଇ ଗୋପାଳପୁର ବିଧାନସଭାର ବୁଥ୍ ସକ୍ରିୟତା ଉପରେ ଆଲୋକପାତ କରିବା ସହ ବୁଥ୍ ସ୍ତରରେ ମନ୍ କୀ ବାତ୍, ସ୍ୱଚ୍ଛ ଭାରତ,ଲାଭାର୍ଥି ସମ୍ମିଳନୀ,ଯୁବ ବିକାଶ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ । ଆଜିର ଏହି “ବୁଥ୍ ସଶକ୍ତିକରଣ ଅଭିଯାନ କର୍ମଶାଳା”ରେ ଗୋପାଳପୁର ବିଧାନସଭା ପ୍ରଭାରୀ ବାଳକୃଷ୍ଣ ସାମନ୍ତରା,ସଂଯୋଜକ ଗଙ୍ଗାଧର ଶତପଥି, ଜିଲ୍ଲା ବୁଥ୍ ପ୍ରମୁଖ ଡ଼ା.ସୁବାଷ ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଏନ୍.ରାଜେନ୍ଦ୍ର କୁମାର,ଜିଲ୍ଲା ଉପସଭାପତି ବିନୋଦ ଚନ୍ଦ୍ର ମିଶ୍ର,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଜିଲ୍ଲା ସମ୍ପାଦିକା ବନ୍ଦିତା ତ୍ରିପାଠୀ, ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ରାଜେଶ କୁମାର ସାହୁ,ରଜତ ପଣ୍ଡିତ,ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଅନୁଜା ନନ୍ଦ ବିଶ୍ୱାଳ,ରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଶୁଭାଶିଷ ସାହୁ,ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦିକା ତଥା କର୍ପୋରେଟର ବନିତା ସାହୁ,ମଣ୍ଡଳ ସଭାପତି ସନତ ନାୟକ ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ