ଅପହରଣକାରୀ ଗିରଫ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ପକ୍ଷରୁ ଜଣେ ଅପହରଣ କାରୀ ଯୁବକକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି। ପ୍ରାପ୍ତ ସୂଚନା ଅନୁଯାୟୀ ସଦର ପଞ୍ଚାୟତ ଅଞ୍ଚଳର ଜନୈକ ନାବାଳିକା ଯୁବତୀକୁ ଅପହରଣ ହୋଇଥିବା ନେଇ ଗତ ଫେବୃଆରୀ ମାସ ୨୨ତାରିଖରେ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଅଭିଯୋଗକୁ ଭିତ୍ତି କରି ମୋବାଇଲ ଟ୍ରାକିଂ ଅନୁଯାୟୀ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିବା ବେଳେ କେନ୍ଦ୍ରାପଡା ଠାରୁ ଗତ ଫେବୃଆରୀ ୨୪ତାରିଖ ଦିନ ସଂପୃକ୍ତ ଯୁବତୀକୁ ଉଦ୍ଧାର କରିଥିଲା। କୌଶଳକ୍ରମେ ଅପହରଣକାରୀ ଯୁବକ ସେଠାରୁ ଖସି ପଳାଇ ଯାଇଥିଲା। ପରେ ଭଣ୍ଡାରିପୋଖରୀ ପୁଲିସ ଯୁବକକୁ ଗିରଫ କରିବାରେ ସଫଳ ହୋଇଥିଲା। ଗିରଫ ଯୁବକର ନାମ ତୃପ୍ତିତୋଶ ମାଟି ଓ ଘର କେନ୍ଦ୍ରାପଡା ଥାନା କାଳିଆପଲ ଗ୍ରାମର ବୋଲି ସୂଚନା ଦିଆଯାଇଛି। ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏନେଇ ଥାନା ପକ୍ଷରୁ ୪୬/୨୩ରେ ମାମଲା ରୁଜ୍ଜୁ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ