ଗଞ୍ଜେଇ ସହ ୨ ବାଇକ୍ ଜବତ, ୩ ଗିରଫ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ଫିରିଙ୍ଗିଆ ପୋଲିସ ୧୨୦ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ପୁଲିସ ୨ ବାଇକ୍ ସହ ୩ ଜଣକୁ ଗିରଫ କରିବାରେ ସଫଳ ହୋଇଛି । ସୂଚନା ଅନୁସାରେ ଫିରିଙ୍ଗିଆ ପୋଲିସ କୌଣସି ସୂତ୍ରରୁ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇବା ପରେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ପାଙ୍ଗା ଉପର ସାହି ପଞ୍ଚାୟତ ନିକଟରେ ଥିବା ବ୍ରିଜରେ ଜଗି ରହିଥିଲା।ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ମୋଟର ସାଇକେଲକୁ ଅଟକାଇ ଥିବା ବେଳେ ବାଇକ ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ଜଣା ପଡ଼ିଥିଲା। ଫିରିଙ୍ଗିଆ ପୋଲିସ ଘଟଣା ସ୍ଥଳରେ ୨ ଟି ବାଇକ୍ ଗଞ୍ଜେଇ ସହ ୩ ଜଣକୁ ଗିରଫ କରିଥିଲା। ଗିରଫ ହୋଇଥିବା ଅଭିଯୁକ୍ତ ଵୃଡି ପଞ୍ଚାୟତ ଶ୍ରାଡିମୁଣ୍ଡା ଗାଁର ରଞ୍ଜିତ ଡୀଗାଲ୍ ଓ କାମ ଦେବ୍ ଦିଗାଲ ଏବଂ ଅନ୍ୟ ଜଣେ ସଦର ଥାନା ଅଞ୍ଚଳ ତାଳପଡ଼ା ଗାଁ ର ସନ୍ନ୍ୟାସୀ ଦିଗାଲ ବୋଲି ଜଣା ପଡିଛି । ପରେ ୩ ଜଣ ଗଞ୍ଜେଇ ଚାଲାଣ କାରୀଙ୍କୁ କୋର୍ଟ ଚାଲାଣ କରିଥିବା ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ