ଆଇନଜୀବୀ ମାନଙ୍କ ପାଇଁ ଇଣ୍ଡିଆନ ସିଟିଜେନସ୍ ପାର୍ଟିର ସଂକଳ୍ପନାମା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଇଣ୍ଡିଆନ ସିଟିଜେନସ୍ ପାର୍ଟି ପକ୍ଷରୁ ସ୍ୱାଭିମାନୀ, ସଂଗ୍ରାମୀ, ଲଢୁଆ ଆଇନଜୀବୀ ସମାବେଶମାନ ଏବଂ ସଭା ସାରା ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ । ନିମ୍ନଲିଖିତ ଲକ୍ଷ୍ୟ, ଉଦ୍ଦେଶ୍ୟ ଓ କାର୍ଯ୍ୟକ୍ରମ ଏକବର୍ଷ ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ଇଣ୍ଡିଆନ ସିଟିଜେନସ୍ ପାର୍ଟି ଲିଗାଲ ଫ୍ରଣ୍ଟ ତାର ସଂଗ୍ରାମ ଜାରି ରଖିଛି ଏବଂ ରଖିବ । ସାରା ଓଡ଼ିଶାର ଆଇନଜୀବୀ ଭାଇ ଭଉଣୀମାନଙ୍କ ସମର୍ଥନ ରହିଲେ ଏହା ସମ୍ଭବ ହେବ ବୋଲି ଆଶା ଓ ବିଶ୍ୱାସ । (୧) ଆଇନଜୀବୀ ସ୍ୱାଭିମାନ ଏବଂ ଆଇନଜୀବୀ ଏକତା ରକ୍ଷା ଦଳମତ ନିର୍ବିଶେଷରେ ଆମେ ସବୁ ପ୍ରଥମେ ଆଇନଜୀବୀ । ଦେଶବାସୀଙ୍କୁ ନ୍ୟାୟ ପ୍ରଦାନ, ବିଚାର ବିଭାଗର ନିରପେକ୍ଷତା ରକ୍ଷା ଏବଂ ବିଚାର ବିଭାଗ ସ୍ୱାଧୀନତା ରକ୍ଷା ପାଇଁ ପାର୍ଟି ସଂକଳ୍ପବଦ୍ଧ, (୨) ଆଇନଜୀବୀ ଏବଂ ସେମାନଙ୍କର ପରିବାରବର୍ଗଙ୍କର ଧନ, ଜୀବନ ଓ ମର୍ଯ୍ୟାଦାର ଶତ ପ୍ରତିଶତ ସୁରକ୍ଷା ଓ ନିରାପତ୍ତା ରକ୍ଷା ପାଇଁ ସ୍ୱତନ୍ତ୍ର ସ୍କିମ୍‌, ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବା (୩) ବାର କାଉନସିଲ ଏବଂ ବାର୍ ଆସୋସିଏସନର ମିଳିତ ସହଯୋଗରେ ଆଇନଜୀବୀ ମାନଙ୍କ ପାଇଁ ସର୍ବନିମ୍ନ ମାସିକ ୩୦ ହଜାର ଟଙ୍କା ରେଜଗାର ସ୍କିମର ପ୍ରଚଳନ ଏବଂ କାର୍ଯ୍ୟକାରୀ କରିବା (୪) ଆଇନଜୀବୀ ଏବଂ ସାମ୍ବାଦିକ ମାନଙ୍କୁ ଅଦାଲତ ଅବମାନନା ଆଇନର ପରିସର ବାହାରେ ରଖିବା (୫) ବରିଷ୍ଠ ଆଇନଜୀବୀ ଏବଂ କନିଷ୍ଠ ଆଇନଜୀବୀ ମାନଙ୍କୁ ବିଭିନ୍ନ କମିଶନ ଓ କମିଟିର ସଦସ୍ୟ ସଦସ୍ୟା ଏବଂ ସରକାରୀ ପକ୍ଷ ଆଇନଜୀବୀ ଆରବିଟ୍ରେଟର ଏବଂ ଆମିକସ୍‌କ୍ୟୁରି ପଦବୀରେ ନିଯୁକ୍ତି ଦେବା (୬) ସମସ୍ତ କୋର୍ଟ (ନିମ୍ନ ଅଦାଲତ ଠାରୁ ସୁପ୍ରିମକୋର୍ଟ)ର ଜଜ, କମିଶନ, ସରକାରୀ ଓକିଲ ଇଦ୍ୟାଦି ନିଯୁକ୍ତିରେ ୫୦ ପ୍ରତିଶତ ମହିଳା ଆଇନଜୀବୀ ମାନଙ୍କୁ ନିଯୁକ୍ତି ଦେବା, ପଛୁଆବର୍ଗ, ଆଦିବାସୀ, ଦଳିତ, ଭିନ୍ନକ୍ଷମ ଓ ସଂଖ୍ୟାଲଘୁ ଆଇନଜୀବୀ ମାନଙ୍କ ପାଇଁ ଜନସଂଖ୍ୟା ଅନୁପାତିକ ସଂରକ୍ଷଣ ଲାଗୁ କରିବା (୭) ଆଡ଼ଭୋକେଟସ ଆକ୍ଟର ସଂଶୋଧନ କରି ସର୍ବନିମ୍ନ ୧୦ ବର୍ଷ ଓକିଲାତି କରିଥିବା ଏବଂ ୪୦ ବର୍ଷ ବୟସରେ ପଦାର୍ପଣ କରିଥିବା ଆଇନଜୀବୀମାନଙ୍କୁ ବରିଷ୍ଠ ଆଇନଜୀବୀ ବା ସିନିଅର ଆଡ଼ଭୋକେଟ ଭାବେ ବାର କାଉନସିଲ ଘୋଷଣା କରିବା (୮) ନୋଟାରୀ ମାନଙ୍କୁ କୋର୍ଟ ଏବଂ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ଗୋଟିଏ ଲେଖାଏଁ ଚାମ୍ବର ଏବଂ ମାସିକ ୧୦ ହଜାର ଟଙ୍କାର ସ୍ୱତନ୍ତ୍ର ଭତ୍ତା ପ୍ରଦାନ କରିବା, ନୋଟାରୀମାନଙ୍କୁ ୬୦ ବର୍ଷ ବୟସ ପରେ ମାସିକ ୩୦ ହଜାର ଟଙ୍କା ପେନସନ ପ୍ରଦାନ କରିବା (୯) ସମସ୍ତ ତହସିଲ ବାର ଆସୋସିଏସନ ଗୁଡ଼ିକୁ ସ୍ୱୀକୃତି ଏବଂ ଅନୁବନ୍ଧନ ଦେବା, ତହସିଲ ଲିଗାଲ ଏଡ୍ ଆଇନୀଜୀବୀମାନଙ୍କୁ ଏବଂ ରଜ୍ୟ ଓ ଜିଲ୍ଲା ଲିଗାଲ ଏଡ୍ ଆଇନଜୀବୀ ମାନଙ୍କୁ ମାସିକ ୧୦ହଜାର ଟଙ୍କା ସ୍ୱତନ୍ତ୍ର ଭତ୍ତା ପ୍ରଦାନ କରିବା (୧୦) ସମସ୍ତ ବାର ଆସୋସିଏସନ ପାଇଁ ଆବଶ୍ୟକୀୟ ବାର୍ଷିକ ଓ ସ୍ୱତନ୍ତ୍ର ସରକାରୀ ଅନୁଦାନ ଦିଆଯାଉ (୧୧) ସାରା ଓଡ଼ିଶାର ଆଇନଜୀବୀ ମାନଙ୍କୁ ପେନସନ ସ୍କିମ୍‌, ଫାମିଲି ପେନସନ ସ୍କିମ, ସ୍ୱାସ୍ଥ୍ୟବୀମା, ଜୀବନବୀମା ଓ ଗ୍ରାଚୁଇଟି ସ୍କିମ୍ ଲାଗୁ କରାଯାଉ । ୬୦ ବର୍ଷ ବୟସ ପରେ ମାସିକ ୩୦ ହଜାର ଟଙ୍କାର ପେନସନ ସ୍କିମ୍ ଲାଗୁ କରାଯାଉ ଏବଂ ମୃତ୍ୟୁ ପରେ ମାସିକ ୧୫ ହଜାର ଟଙ୍କାର ଫାମିଲି ପେନସନ ସ୍କିମ୍ ଲାଗୁ କରାଯାଉ (୧୨) ପ୍ରତ୍ୟେକ ବାର ଆସୋସିଏସନରେ ଉନ୍ନତମାନର ଶୀତତାପ ନିୟନ୍ତ୍ରିତ ଲାଇବ୍ରେରୀ ନିର୍ମାଣ ଓ କାର୍ଯ୍ୟକାରୀ କରାଯାଉ (୧୩) ରାଜ୍ୟର ସରକାରୀ ଓକିଲ ସଂଖ୍ୟା ବର୍ତ୍ତମାନ ସରକାରୀ ଓକିଲ ସଂଖ୍ୟାର ତିନିଗୁଣ ବୃଦ୍ଧି କରାଯାଉ (୧୪) ପ୍ରତ୍ୟେକ ବାର ଆସୋସିଏସନ ଏବଂ ବାର କାଉନସିଲ୍‌ର କାର୍ଯ୍ୟକାରୀ କିମିଟି ଓ କର୍ମକର୍ତ୍ତା ପଦପଦବୀରେ ମହିଳା ମାନଙ୍କ ପାଇଁ ୫୦ ପ୍ରତିଶତ ଏବଂ ଆଦିବାସୀ, ଦଳିତ, ପଛୁଆବର୍ଗ, ଭିନ୍ନକ୍ଷମ ଓ ସଂଖ୍ୟାଲଘୁମାନଙ୍କ ପାଇଁ ସେମାନଙ୍କର ଜନସଂଖ୍ୟାର ଆନୁପାତିକ ସଂରକ୍ଷଣ ଲାଗୁ କରାଯାଉ (୧୫) ଅଭାବ, ଅନଟନ ଓ ସମସ୍ୟା ଜର୍ଜରିତ ଆଇନଜୀବୀ ମାନଙ୍କର ପରିବାରଗୁଡ଼ିକୁ ଆବଶ୍ୟକୀୟ ସରକାରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ