ବ୍ଲକ ସ୍ତରୀୟ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷ ରେ ସାନଖେମୁଣ୍ଡି ସମନ୍ମିତ ଶିଶୁ ବିକାଶ ପ୍ରକଳ୍ପ ଆନୁକୁଲ୍ୟରେ ରେ ବ୍ଲକ ସ୍ଥରିୟ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର, ସାନଖେମୁଣ୍ଡି ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଅର୍ଚ୍ଚନା କହଁର, ବ୍ଲକ ଆକାଉଟେଣ୍ଡ ସଂଜିତ କୁମାର, ବ୍ଲକ ପ୍ରକଳ୍ପ ସଂଯୋଜକ ଦୁର୍ଯୋଧନ ମଲ୍ଲିକ, ଆଡପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର ଆୟୁଷ ଡାକ୍ତର ସତ୍ୟ ନାରାୟଣ ସାହୁ, WEO ଜୟନ୍ତ ସାମନ୍ତ ସିଂହାର, BCCO ରମାକାନ୍ତ ମାଝୀ ମଞ୍ଚାସିନ ଥିଲେ l ସିଡିପିଓ ବାଲ୍ୟ ବିବାହ ଉଛେଦ ଓ କନ୍ୟାରତ୍ନ ବିଷୟରେ ବୁଝାଇ ଥିଲେ। ଏହି ଅବସରରେ ଗେଲ୍ହା ଝିଅକୁ ଜନ୍ମ ଦେଇଥିବା ମାଆ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସାନଖେମୁଣ୍ଡି ବ୍ଲକ ର ପ୍ରତେକ ସରପଞ୍ଚ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ର ସମସ୍ତ ସୁପରଭାଇଯର, ଅଙ୍ଗନବାଡି ମାନେ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ