ନିୟମ ନମାନିବାରୁ ଜେରକ୍ସ ଦୋକାନ ସିଲ କଲା ପ୍ରଶାସନ

ହାଟଡିହି, (ବିକାଶ ବିଶ୍ୱାଳ):ମାଟ୍ରିକ ପରିକ୍ଷାରେ କପି ରୋକିବା ନେଇ ପ୍ରଶାସନ ପକ୍ଷରୁ କରାଯାଇଥିବା ନିୟମକୁ ନମାନିବାରୁ ପ୍ରଶାସନ ହାଟଡିହି ବ୍ଲକ ବଞ୍ଚୋଛକରେ ଥିବା ଏକ ଜେରକ୍ସ ଦୋକାନକୁ ସିଲ କରିଥିବା ଜଣାଯାଇଛି । ସୁଚନାରୁ ଜଣାଯାଇଛି ଯେ ପରୀକ୍ଷାର ପ୍ରଥମ ଦିନରୁ ପଶ୍ନପତ୍ରର ଉତ୍ତର ଚିରୁକୁଟି ମାନ ବିଭିନ୍ନ ଜେରକ୍ସ ଦୋକାନ ମାନଙ୍କରେ ବିକ୍ରୀ ହୋଇଆସୁଛି । ଯାହାକୁ କିଛି ପରୀକ୍ଷାର୍ôଥ କିଣିନେଇ କପି କରୁଥିବା ଅଭିଯୋଗ ହେଉଛି । ଏପରି ଅଭିଯୋଗ ସମ୍ପର୍କରେ ଜାଣିବାପରେ ଆନନ୍ଦପୁର ଉପଜିଲ୍ଲାପାଳ, ଆନନ୍ଦପୁର ଏସଡିପିଓ ପ୍ରମୁଖ କିଛି ଜେରକ୍ସ ଦୋକାନରେ ଚଢ଼ାଉ କରିବାପରେ ଘଟଣାର ସତ୍ୟତା ଉପଲବ୍ôଧ କରିଥିଲେ । ସେଥିପାଇଁ ଗତକାଲି ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ନଂ-୨୦୩୭ତା ୧୩/୦୩/୨୦୨୩ରେ ଉପଖଣ୍ଡର ସମସ୍ତ ପରୀକ୍ଷାକେନ୍ଦ୍ର ଠାରୁ ୨କିଲୋମିଟର ପରିଧି ମଧ୍ୟରେ ଦିନ ୧୦ଟା ପୁର୍ବରୁ କେହି ଜେରକ୍ସ ଦୋକାନ କିମ୍ବା ଫଟୋକପି ଦୋକାନ ଖୋଲି ପରିବେ ନାହିଁ ବୋଲି ନିର୍ଦ୍ଦେଶ ଜାରି କରିଥିଲେ । ଏପରିକି ଏହାକୁ ଦୋକାନୀମାନେ ମାନୁଛନ୍ତି କି ନାହିଁ ସେନେଇ ସ୍କ୍ୱାର୍ଡ ଗଠନ କରିଥିଲେ । ଆଜି ଆନନ୍ଦପୁର-ଭଦ୍ରକ ରାସ୍ତା କହରେଥିବା ମା ବରାହୀ ହାଇସ୍କୁଲ ବଞ୍ଚୋ ପରୀକ୍ଷାକେନ୍ଦ୍ର ନିକଟରେ ôତବା ଏକ ଜେରକ୍ସ ଦୋକାନ ଖୋଲାରହିବା ସହିତ ପରୀକ୍ଷାର୍ôଥମାନେ ମାଇକ୍ରୋ ଜେରକ୍ସ କରି ଉତ୍ତର ପତ୍ର ନେଉଥିବା ଦେଖିବାପରେ ସ୍କ୍ୱାର୍ଡ ପକ୍ଷରୁ ଏହି ଦୋକାନକୁ ସିଲ କରାଯାଇଛି । ଏପରିକି ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଏହି ଦୋକାନ ବନ୍ଦ ରହିବ ବୋଲି ଦୋକାନ ସଟରରେ ଏକ ନୋଟିସ ମାରିଦେଇଛନ୍ତି । ଖାଲି ଏହି ଗୋଟିକ ଜେରକ୍ସ ଦୋକାନ ନୁହଁ ହାଟଡିହି ଅଞ୍ଚଳରେ ଥିବା ଅନେକ ଦୋକାନ ଆଜି ସକାଳୁ ଖୋଲାକରି ଉତ୍ତରପତ୍ର ମାଇକ୍ରୋ ଜେରକ୍ସ କରି ବିକ୍ରୀ କରାଯାଉ ଥିବାବେଳେ ଏହି ଖବର ପାଇ ଜେରକ୍ସ ଦୋକାନ ଖୋଲି ଜେରକ୍ସ କରୁଥିବା ଦୋକାନୀମାନେ ଛାନିଆରେ ଦୋକାନ ବନ୍ଦ କରିଦେଇ ପଳାଇଥିଲେ । ପ୍ରଶାସନର ଏପରି ପଦକ୍ଷେପକୁ ସ୍ୱାଗତ କରାଯାିଥିବାବେଳେ ଏହି ଉତ୍ତର ଚିଠା କେଉଁଠୁ ବାହାରୁଛି ଓ ତାକୁ କିପରି ରୋକାଯାଇ ପାରିବ ସେନେଇ ପଦକ୍ଷେପ ନେବା ଜରୁରୀ ବୋଲି ଅଭିଭାବକ ମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ