ମେଡିକାଲ ଆନ୍ଦୋଳନକୁ ୪୯ ଦିନ ଛୁଇଁଲା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଆଜି ୪୯ ଦିନରେ ପହଞ୍ଚିଛି କେନ୍ଦ୍ରାପଡା ମେଡିକାଲ ଆନ୍ଦୋଳନ । କେନ୍ଦ୍ରାପଡା ଆନ୍ଦୋଳନ ଇତିହାସରେ ଏତେ ଲମ୍ବା ସମୟ ଧରି କେବେ ହୋଇନଥିଲା । ଆନ୍ଦୋଳନ ଯେତେ ଆଗେଇ ଚାଲିଛି ଲୋକଙ୍କ ଜିଦ୍ ସେତେ ବଢିବଢି ଚାଲିଛି । ଏହି ଆନ୍ଦୋଳନ ମଧ୍ୟଦେଇ ରାଜ୍ୟ ସରକାରଙ୍କ କେନ୍ଦ୍ରାପଡା ଜିଲ୍ଲା ପ୍ରତି ଅବହେଳା ସ୍ପଷ୍ଟ ପ୍ରତୀୟମାନ ହେଉଛି । ଅନ୍ୟ ପକ୍ଷରେ ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପୁଣି କେନ୍ଦ୍ରାପଡା ସହରରେ ସିଟି ମେଡିକାଲ ଆନ୍ଦୋଳନ ପ୍ରସଙ୍ଗ ସିଟି ମେଡିକାଲ ପ୍ରତିଷ୍ଠା ପାଇଁ ଦୃଢ ଦାବି କରିଛନ୍ତି । ଆଜିର ଆନ୍ଦୋଳନରେ ବକ୍ତାମାନେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ବିରୋଧରେ ତୀବ୍ର ସମାଲୋଚନା କରିବା ସହିତ ସିଟି ମେଡିକାଲ ପ୍ରତିଷ୍ଠା ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ଘୋଷଣା କରିଛନ୍ତି । ସମାଜସେବୀ ଚିତ୍ତରଞ୍ଜନ ଭଗତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କନିକା ଲୁଣାଘେରି ଓ ବିଦ୍ୟୁତକରଣ ପାଇଁ ଐତିହାସିକ ଆନ୍ଦୋଳନର ନେତା ଗଙ୍ଗାଧର ମଲ୍ଲିକ, ଜିଲ୍ଲା କଂଗ୍ରସ ଉପସଭାପତି ପ୍ରଫୁଲ୍ଲ କୁମାର ଦାସ, ସିପିଆଇ(ଏମ୍‌) ଜିଲ୍ଲା ସମ୍ପାଦକ ଗୟାଧର ଧଳ, ସିପିଆଇ ଜିଲ୍ଲା ସମ୍ପାଦକ ରମଣୀ ରଞ୍ଜନ ରାଉତରାୟ, ଏସ ୟୁ ସି ଆଇ ଜିଲ୍ଲା ସମ୍ପାଦିକା ଏଲିନା ସାମନ୍ତରାୟ, ଜିଲ୍ଲା ଜନସମ୍ପର୍କ ମଞ୍ଚର ସମ୍ପାଦକ ନରୋତ୍ତମ ଜେନା, ଅମର ବର ବିଶ୍ୱାଳ, ଆଇଏନଟିୟୁସି ଜିଲ୍ଲା ସଭାପତି ମୁକ୍ତାର ଖାଁ, ଫାହିମା ବେଗମ, ହୀରାମଣୀ ରାଉତ, ବିଭୂତି ଭୂଷଣ ଦାସ, ହିବଜୁର ରହେମାନ, ସୌମେନ୍ଦ୍ର ପୃଷ୍ଟି, ଅବଦୁଲ ମାଜିଦ, ସେକ୍ ହାପିଜୁଲା ପ୍ରମୁଖ ବକ୍ତବ୍ୟ ରଖିବା ସହିତ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ