ଠିକା ସଂସ୍ଥା ଭିଜନ ଇଣ୍ଡିଆ, ପାୱାର ଏମ୍ପ୍ଲ୍ୟୋଇସ ୟୂନିଅନ ଓ ଟାଟା ପାୱାର ସହିତ ତ୍ରିପାକ୍ଷିକ ଆଲୋଚନା

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ଆଜି ନିର୍ବାହୀ ଯନ୍ତ୍ରୀ, ବିଦ୍ୟୁତ୍ ରାଇରଙ୍ଗପୁରଙ୍କ ଅଫିସରେ ଏକ ତ୍ରିପାକ୍ଷିକ ଆଲୋଚନା ବିଦ୍ୟୁତ୍ ଠିକା ଶ୍ରମିକ ମିଟର ରିଡର କର୍ମଚାରୀଙ୍କ ସହ ବିଭିନ୍ନ ସମସ୍ୟା ବିଷୟରେ ଠିକା ସଂସ୍ଥା ଭିଜନ ଇଣ୍ଡିଆ, ପାୱାର ଏମ୍ପ୍ଲୋୟସ ୟୂନିଅନର କର୍ମକର୍ତ୍ତା ଓ ଟାଟାପାୱାର ଅଧିକାର ଙ୍କ ସହ ପୂର୍ବ ରୁ ଦେଇଥିବା ଲିଖିତ ଦାବୀ ପତ୍ର ସମ୍ବନ୍ଧରେ ବିସ୍ତୃତ ଫଳପ୍ରଦ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ମିଟର ରିଡିଂ କର୍ମଚାରୀଙ୍କ ଦରମା ରେ ଥିବା ତାରତମ୍ୟ ଦୂର, ପିଲାଙ୍କୁ ଦରମା ସ୍ଲିପ ଯୋଗାଣ, ESI ସ୍ଲିପ୍, ବର୍ଦ୍ଧିତ ମୋବାଇଲ ଅନୁରାଶି ଠିକା ସଂସ୍ଥା ଏହି ମାସ ଠାରୁ ଲାଗୁ କରିବା ନେଇ ଚୁକ୍ତି ହୋଇଯାଇଛି। ଆଲୋଚନାରେ ଜ୍ୟୋତି କୃଷ୍ଣ ବେହେରା,ଡେପୁଟି ଜେନେରାଲ ସେକ୍ରେଟାରୀ ଆର୍ତ୍ତବନ୍ଧୁ ବିଶ୍ଵାଳ, ଉପ ସଭାପତି ଅଶ୍ଵିନୀ କୁମାର ପଣ୍ଡା, ସର୍କଲ ସମ୍ପାଦକ ଦୁଲାଲ ରାୟ, ଡିଭିଜନ ସମ୍ପାଦକ ବିଜୟ କୃଷ୍ଣ ମାଇତୀ, ଡିଭିଜନ କୋଷାଧ୍ୟକ୍ଷ, ପାୱାର ଏମ୍ପ୍ଲୟୀସ ଉନିଅନ୍, ୟୁନିଅନର ସଦସ୍ୟ ଅମିୟ ସ୍ୱାଇଁ, ଜଗନ୍ନାଥ ମହାକୁଡ, ଦେବାଶିଷ ସାହୁ, ସୁଶାନ୍ତ ବଗାଳ,ଶିବ ମୁଣ୍ଡା, ସମସ୍ତ ମିଟର ରୀଡ଼ିଂ ସୁପର୍ଭାଇଜର ମାନେ , ଡିଭିଜନ ହେଡ କ୍ଲର୍କ ସୈଲେନ୍ଦ୍ର ସାହୁ, ରାଜେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଭିଜନ ଇଣ୍ଡିଆ ତରଫରୁ ମାନେଜିଂ ଡାଇରେକ୍ଟର ସୁରେନ୍ଦ୍ର ରାଣା, ଅମରଜିତ୍ ଦୁହାନ, ନିର୍ବାହୀ ଯନ୍ତ୍ରୀ ବିଦ୍ୟୁତ୍ ରାଇରଙ୍ଗପୁର ଓ ରାଧେଶ କିଶୋର ସିଂ, ବିଲିଂ ମୁଖ୍ୟ ଟାଟା ପାୱାର ବାଲେଶ୍ବର ଆଲୋଚନା ସମୟ ରେ ଉପସ୍ଥିତ ଥିଲେ । ଆଲୋଚନା ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ସମାପ୍ତ ହେଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ