ବିଦ୍ୟାଳୟ ପରିଚାଳନା କମିଟିର ସଭାପତିଙ୍କୁ ହାତ ଉଠାଇଲେ ବିଡିଓ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ସେଣ୍ଢତୀରା ପଞ୍ଚାୟତ ଶିଆଳିଆ ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯିବା ନେଇ ପରିଚାଳନା କମିଟିର ସଭାପତି ରଞ୍ଜନ କୁମାର ବାରିକ ବିଡିଓଙ୍କୁ ପ୍ରଶ୍ନ ପଚାରିବା ବେଳେ ବିଡିଓ ଉତ୍ତେଜିତ ହୋଇ ପରିଚାଳନା କମିଟିର ସଭାପତିଙ୍କୁ ହାତ ଉଠାଇବା ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରକାଶ ଯେ, ୩ୟ ପର୍ଯ୍ୟାୟରେ ଶିଆଳିଆ ନୋଡାଲ ହାଇସ୍କୁଲ ୫ଟି ସ୍କୁଲ ଭାବେ ସ୍ଥାନ ପାଇଛି । ଏପରିପେକ୍ଷୀରେ ଗତ ତା-୧୭-୨-୨୩ ରିଖରେ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଚିଠି ନଂ-୧୭୪୦ ମୂଳେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବେଣୁଧର ନାୟକଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା । ଫଳରେ ବିଦ୍ୟାଳୟରେ ଶିକ୍ଷାଦାନରେ ବାଧା ସୃଷ୍ଟି ହୋଇଛି । ପ୍ରଶାସନର ଏତାଦୃଶ କାର୍ଯ୍ୟକୁ ପରିଚାଳନା କମିଟି ଓ ଅଭିଭାବକ ମାନେ ତୀବ୍ର ବିରୋଧ କରିଥିଲେ । ସଂପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ନିମନ୍ତେ ଅଭିଭାବକ ଓ ପରିଚାଳନା କମିଟିର ସଭ୍ୟସଭ୍ୟା ମାନେ ଗତ ତା-୬-୩-୨୩ ରିଖରେ ଜିଲାପାଳଙ୍କୁ ଲିଖିତ ଜଣାଇଥିଲେ । କୌଣସି ସୁଫଳ ନମିଳିବାରୁ ଗତ ତା-୧୩-୩-୨୩ ରିଖରେ ମୁଖ୍ୟମନ୍ତ୍ରୀ, ଶିକ୍ଷା ମନ୍ତ୍ରୀ, ରାଜ୍ୟ ୫ଟି ସଚିବଙ୍କୁ ଲିଖିତ ଜଣାଇଥିଲେ । ଏପରିସ୍ଥିତିରେ ଆଜି ବ୍ଲକ ପ୍ରଶାସନ ୫ଟି କାର୍ଯ୍ୟ ଶୁଭାରମ୍ଭ କରିବାକୁ ବିଦ୍ୟାଳୟରେ ପହଞ୍ôଚ ଥିଲା । ମାତ୍ର ବିଦ୍ୟାଳୟ ପରିସରରେ ଉପସ୍ଥିତ ଥିବା ପରିଚାଳନା କମିଟିର ସଭ୍ୟ ଓ ଅଭିଭାବକ ମାନେ ବିଦ୍ୟାଳୟରୁ ବଦଳି ହୋଇଥିବା ପ୍ରଧାନ ଶିକ୍ଷକଙ୍କୁ ନଫେରାଇ ଆଣିବା ପର୍ଯ୍ୟନ୍ତ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ କରାଇ ଦେବେ ନାହିଁ ବୋଲି ଜିଦ୍ ଧରିଥିଲେ । ଏହାରି ମଧ୍ୟରେ ପ୍ରଧାନ ଶିକ୍ଷକଙ୍କ ବଦଳି ସଂପର୍କରେ ପରିଚାଳନା କମିଟିର ସଭାପତି ପ୍ରଶ୍ନ ପଚାରିବାରୁ ବିଡିଓଙ୍କ ସହିତ ବଚସା ସୃଷ୍ଟି ହେବା ସହ ଧସ୍ତାଧସ୍ତି ହୋଇଥିଲା । ପରେ ବିଡିଓ ପ୍ରଦୀପ କୁମାର ସେଠୀ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରଦ୍ଧା ସୁମନ ନାଥ, କନିଷ୍ଠ ଯନ୍ତ୍ରୀ ପ୍ରଜ୍ଞା ପାରମିତା ମହାନ୍ତି, ଥାନା ଏସ୍.ଆଇ ପ୍ରସାଦ କୁମାର ଜେନା, ସରପଞ୍ଚ ପ୍ରଶାନ୍ତ କୁମାର ଦାସ, ପୂର୍ବତନ ସରପଞ୍ଚ ପ୍ରଶାନ୍ତ କୁମାର ସାମଲ ପ୍ରମୁଖ ପରିଚାଳନା କମିଟିର ସଭାପତି ରଞ୍ଜନ କୁମାର ବାରିକ, ଉନ୍ନୟନ କମିଟିର ସଭାପତି ଦଶରଥ ଜେନା, ପରିଚାଳନା କମିଟି ସଭ୍ୟ ଗୋପିନାଥ ରାଉତ, ସୁବୋଧ ଭ୍ରୂୟାଁ, ୱାର୍ଡ ସଭ୍ୟ କେଦାରନାଥ ଭୂୟାଁ, ହରେକୃଷ୍ଣ ଜେନାଙ୍କ ସହିତ ସମସ୍ୟାର ସମାଧାନ ପାଇଁ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ମାତ୍ର ପ୍ରଧାନ ଶିକ୍ଷକଙ୍କୁ ନଫେରାଇ ଆଣିବା ପର୍ଯ୍ୟନ୍ତ ଉନ୍ନୟନ ମୂଳକ କାର୍ଯ୍ୟ କରାଇ ଦିଆଯିବ ନାହିଁ ବୋଲି ପରିଚାଳନା କମିଟିର ସଭ୍ୟ ଓ ଅଭିଭାବକ ମାନେ ଜିଦ୍ ଧରି ଥିଲେ । ଫଳରେ ୫ଟି କାର୍ଯ୍ୟର ଶୁଭାରମ୍ଭ ବନ୍ଦ ରହିଥିଲା ।


