ମନକରପୁର ହବିବ ମସଜିଦରେ ଜଲସା ଅନୁଷ୍ଠିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହରର ମନକରପୁର ମୁସଲିମସାହିସ୍ଥିତ ହବିବ ମସଜିଦରେ ଦସ୍ତାର ହିଫଜ ଓ କେରତର ଦସ୍ତାରବନ୍ଦି ଜଲସା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଧାମନଗର ସରିଫର ମୈାଲାନା ମହମ୍ମଦ ହନିଫ ମିସବାହୀ, ଶୈଖୁଲ ହଦିସ ଦାରୁଲ ଓଲୁମ ମୁଜାହିଦେ ମିଲ୍ଲତ,ମୈାଲାନା ମୁଫତି ମୁଶାରଫ ରଜା, ମୈାଲାନା ଜାହିଦ ରଜା ଗୈାସି , ମୈାଲାନା ମହମ୍ମଦ ଜାଭେଦ ଅଖତର, ମୈାଲାନା ଜାକିର ହୋସେନ ମିସବାହୀ, ମୈାଲାନା ଫୈଜୁଲ ହବିବ, ମୈାଲାନା ତାହିର ରଜା, ମୈାଲାନା ସୟଦ ଖୁରସିଦ, ମୈାଲାନା ଗୁଲାମ ମହମ୍ମଦ, ମୈାଲାନା ଅଜମାତୁଲ୍ଲା ହସମତି, ମୈାଲାନା କାରୀ ବଦରୁଜ ଜମା, ମୈାଲାନା ଖଲିଲ ଅହେମ୍ମଦ ମିସବାହୀ ଓ ମୈାଲାନା ଅବଦୁଲହକିମ ଫୈଜି ପ୍ରମୁଖ ବିଜ୍ଞ ଧାର୍ମିକ ଶିକ୍ଷାବିତ ମାନେ ଯୋଗଦେଇ ସମାଜରେ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରବଚନ ପ୍ରଦାନ କରିଥିଲେ । ଏଥିସହିତ ପବିତ୍ର କୋରାନକୁ ହିଫ୍ଜ୍ ବା ମୁଖସ୍ତ କରିଥିବା ଛାତ୍ର ହାଫିଜ ମହମ୍ମଦ ଅଜିମୁଦ୍ଦିନଙ୍କୁ ପଗଡି ପିନ୍ଧାଇ ‘ଦସ୍ତାରବନ୍ଦି’ କରିଥିଲେ । ଶେଷରେ ହବିବ ମସଜିଦ ର ଇମାମ ସାହେବ ମୈାଲାନା ଜାଭେଦ ଅଖତର ସଭାକୁ ସାଫଲ୍ୟ ମଣ୍ଡିତ କରିଥିବାରୁ କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


