ବାଲି ଚୋରା ଚାଲାଣ ରୋକିବାକୁ ବଞ୍ଚୋ ବାଲିଘାଟରେ ୧୪୪ଧାରା ଜାରିକଲା ପ୍ରଶାସନ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ତହସିଲ ଅଧିନସ୍ଥ ବଞ୍ଚୋ ବାଲିଘାଟରେ ବାଲି ଚୋରା ଚାଲାଣ ରୋକିବାକୁ ପ୍ରଶାସନ ପକ୍ଷରୁ ପୁନର୍ବାର ପଦକ୍ଷେପ ନିଆଯାଇ ୧୪୪ଧାରା ଜାରି କରାଯାଇଛି । ଗତ ନଭମ୍ବେର ମାସରେ ଏହି ଘାଟରୁ ବାଲି ଚୋରା ଚାଲାଣ ରୋକିବାପାଇଁ ପ୍ରଶାସନ ପକ୍ଷରୁ ୧୪୪ଧାରା ଜାରି କରାଯାଇ ଟେଞ୍ଚ ଖୋଳାଯାଇଥିଲା । କିନ୍ତୁ ପୁନର୍ବାର ଏହି ଘାଟରୁ ବାଲି ଉତ୍ତୋଳନ ହେବାପରେ ଗତକାଲି ତହସିଲ ପକ୍ଷରୁ ଏକ ଟ୍ରାକ୍ଟର ଜବଦ କରାଯିବାପରେ ଆଜି ପ୍ରଶାସନ ପକ୍ଷରୁ ଏଠାରେ ୧୪୪ଧାରା ଜାରି କରାଯାଇ ଟେଞ୍ଚ ଖୋଳା ଯାଇଛି । ଉପଜିଲ୍ଲାପାଳଙ୍କ ସିଏମସି ନଂ-୪/୨୦୨୩ ବଳରେ ଆଜି ବଞ୍ଚୋ ବାଲିଘାଟର ଖାତାନଂ-୧୦୩୯ ପ୍ଲଟନଂ ୫୨୨୪/ ୫୪୪୪ରେ ତହସିଲଦାରଙ୍କ ଉପସ୍ଥିତିରେ ୧୪୪ଧାରା ଜାରି କରାଯାଇ ବାଲିଘାଟ ରାସ୍ତାରେ ନାଲିପତାକା ମରାଯାଇଛି । ତହସିଲଦାର ନରେନ୍ଦ୍ର କୁମାର ସେଠୀ, ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାସ, ବଞ୍ଚୋ ରାଜସ୍ୱ ନିରୀକ୍ଷକ ଭକ୍ତିଲତା ଖମାରୀ ପ୍ରମୁଖ ଆନନ୍ଦପୁର ପୁଲିସ ସହଯୋଗରେ ବାଲିଘାଟ ରାସ୍ତାର ଉଭୟ ପାଶ୍ୱର୍ରେ ଟ୍ରେଞ୍ଜ ଖୋଳି ନାଲିପତାକା ଲଗାଇ ୧୪୪ଧାରା ଜାରି କରିବା ସହିତ ବାଲି ପରିବହନ ରାସ୍ତାକୁ ସମ୍ପୁର୍ଣ୍ଣ ବନ୍ଦ କରିଛନ୍ତି । ଏହି ଘାଟକୁ ପୁର୍ବରୁ ନିଲାମ ଦିଆ ଯାଇଥିବାବେଳେ ପୁର୍ବତନ ଲିଜଧାରୀ କାଙ୍ଗାଳି ଚରଣ ବରାଳ ଲିଜ ଅନୁଯାଇ ବାଲିଉଠାଣ ହୋଇନଥିବା ନେଇ ମାନ୍ୟବର ହାଇକୋର୍ଟରେ ଡବ୍ଲୁପିସି କେସନଂ ୧୧୧୫୫/୨୦୨୧ଡବ୍ଲୁପିସି କେସନଂ- ୨୨୦୨୬/ ୨୦୨୨ରେ ମାମଲା ରୁଜୁ କରିଥିବାବେଳେ ଏହା ଏବେ ବିଚାରାଧିନ ଅଛି । ସେହିପରି ସମ୍ବଲପୁର ଆରଡିସିଙ୍କ ନିକଟରେ ଆଇଏ. ୧୧୭୬୭/୨୦୨୨ରେ ମଧ୍ୟ ଅନ୍ୟଏକ ମାମଲା ବିଚରାଧିନ ରହିଥିବା ଜଣାଯାଇଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ