ବଢିଚାଲିଛି ଦୁଷ୍କର୍ମ

ଆଧୁନିକ ସମାଜରେ ପ୍ରତିଦିନ ଦ୍ରୁତ ଗତିରେ ବଢିଚାଲିଛି ଦୁଷ୍କର୍ମ । ହାଇଦ୍ରାବାଦ ଦୁଷ୍କର୍ମ ମାମଲାରେ ପୋଲିସ ଆଖିରେ ପଟି ବାନ୍ଧି ଫେରାର ହୋଇଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଗୋଡାଇ ଗୋଡାଇ ନୟାନ୍ତ ହେବା ପରେ ଶେଷରେ ଏନକାଉଣ୍ଟର କରିବାକୁ ବାଧ୍ୟ ହୋଇଥିଲା । ଏହି ଏନକାଉଣ୍ଟର ଘଟଣାକୁ ନେଇ ଦେଶରେ ହସର ଲହରୀ ଖେଳିଯାଇଥିବା ବେଳେ ଅନେକ କିଛି ଜନତା ପୋଲିସ ଉପରକୁ ଆଙ୍ଗୁଳି ଉଠାଇଛନ୍ତି । ଏହି ଭଳି ଘଟଣା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୩ ନାବାଳିକା ଦୁଷ୍କର୍ମର ଶୀକାର ହୋଇଥିବା ବେଳେ କଟକ ଓ ବାଲେଶ୍ୱରରେ ୨ ଶିଶୁକନ୍ୟାଙ୍କ ସହିତ ଦୁଷ୍କର୍ମ ଉଦ୍ୟମ ହୋଇଛି । ସେହିପରି ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଂଚଳରେ ଜଣେ ୬ ବର୍ଷର ନାବାଳିକାକୁ ୧୬ ବର୍ଷର ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିବା ବେଳେ ସେହିପରି ମୟୁରଭଂଜ ଜିଲ୍ଲା ବାଦାମପାହାଡ଼ ଥାନା ଅଂଚଳରେ ଜଣେ ୧୬ ବର୍ଷର ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଜଣେ ୭ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଜଣେ ୪୮ ବର୍ଷର ବ୍ୟକ୍ତିକୁ ଅଟକ ତଦନ୍ତ ଚାରୀ ରଖିଛି । ବାଲେଶ୍ୱର ସୋର ଥାନା ଅଂଚଳରେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ହୋଇଥିବାର ଖବର ସାମ୍ନାକୁ ଆସିଛି । କଟକ ସହରର ବାଦାମବାଡ଼ି ଥାନା ଅଂଚଳରେ ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଉଦ୍ୟମ ହୋଇଛି । ଅନ୍ୟ ପଟେ ଦୁଷ୍କର୍ମ ମାମଲା ରାଜ୍ୟରେ ବୃଦ୍ଧି ପାଇଥିବାରୁ ଗୃହମନ୍ତ୍ରାଳୟ କ୍ଷୋଭ ପ୍ରକାଶ କରିଛନ୍ତି । ଏଥିସହ ଯେ କୈାଣସି ଥାନା ର ଦୁଷ୍କର୍ମ ନଜରକୁ ଆସିଲେ ତୁରନ୍ତ କାର୍ଯ୍ୟନୁଷ୍ଠାନ କରିବାକୁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ