ଅର୍ବାନ କୋ-ଅପରେଟିଭ ବ୍ୟାଙ୍କର ବାର୍ଷିକ ସାଧାରଣ ସଭା

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଅର୍ବାନ କୋ-ଅପରେଟିଭ ବ୍ୟାଙ୍କର ବାର୍ଷିକ ସାଧାରଣ ସଭା ସ୍ଥାନୀୟ ବ୍ରିଟ କଲ୍ୟାଣମଣ୍ଡପରେ ରବିବାର ଅନୁଷ୍ଠିତ ହୋଇଯାଇଛି । ବ୍ୟାଙ୍କର ସଭାପତି ସୂର୍ଯ୍ୟକାନ୍ତ କର ଏଥିରେ ସଭାପତିତ୍ୱ କରିବା ସହିତ ବ୍ୟାଙ୍କର ଅଭିବୃଦ୍ଧିରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏନେଇ ନେଇଥିବା ଋଣଅର୍ଥ ପୈଠ ପାଇଁ ଖିଲାପୀ ଋଣୀଙ୍କୁ ସେ ନିବେଦନ କରିଥଲେ । ଏଥି ସହିତ ବ୍ୟାଙ୍କର ନେଣଦେଣ କ୍ଷେତ୍ରରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ବିଭିନ୍ନ ଆଧୁନିକୀକରଣ ବ୍ୟବସ୍ଥା ସମ୍ପର୍କରେ ସଭାପତି ବିସ୍ତୃତ ସୂଚନା ଦେଇଥିଲେ । ବ୍ୟାଙ୍କ ପରିଚାଳନା ପରିଷଦର ଉପ-ସଭାପତି ନିଶାମଣି ପ୍ରଧାନ, ସଦସ୍ୟ ଅତୁଲ କୁମାର ଶତପଥୀ, ମନୋଜ କୁମାର ରାଉତ, ଉମାକାନ୍ତ ମହାପାତ୍ର, ଦୁକୁଲୁ ଚନ୍ଦ୍ର ଘଡ଼େଇ, ଉତ୍ପଳ ମହାନ୍ତି, ହରେନ ଚନ୍ଦ୍ର ରଣା, ଦୀପକ ଦାଶ, ଜୟପ୍ରକାଶ ଦାଶ, ଲୋକନାଥ ରଣା, ଶ୍ରୀମନ୍ତ ମାଝୀ, ସଦସ୍ୟା ହୁରମାତୁନ ବିବି ଓ ରଶ୍ମି ଦାସ ପ୍ରମୁଖ ଏଥିରେ ଯୋଗଦେଇ ବ୍ୟାଙ୍କ ପରିଚାଳନା ଓ ଉତ୍ତମ ଗ୍ରାହକ ସେବା ସମ୍ପର୍କରେ ନିଜ ନିଜର ମତାମତ ରଖିଥିଲେ । ଏହି ସାଧାରଣ ସଭାରେ ଆସନ୍ତା ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପ୍ଲାନ, ପ୍ରୋଗ୍ରାମ ଓ ବଜେଟକୁ ଅନୁମୋଦନ କରାଯାଇଥିଲା । ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜୀବକାନ୍ତ ବେହୁରା ବିଭିନ୍ନ ତଥ୍ୟ ଉପସ୍ଥାପନ ସହ ପରିଷଦ କର୍ମକର୍ତ୍ତା ଓ ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ଉପସ୍ଥାପନ କରିଥିଲେ । ଉପ-ସଭାପତି ଶ୍ରୀମତୀ ପ୍ରଧାନ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ